ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଉଦୟ କୁମାର ସମ୍ୱର୍ଦ୍ଧିତ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ଇଂରାଜୀ ଅଧ୍ୟାପକ ଉଦୟ ନାଏକ ଲେପଟନେଣ୍ଟ ପଦବୀ ଲାଭ କରି ରାୟଗଡା ଜିଲ୍ଲାପାଇଁ ଗୌରବ ଆଣିଛନ୍ତି। ପ୍ରକାଶ ଥାଉକି ଲେପଟନାଣ୍ଟ ଉଦୟ ଚଳିତ ବର୍ଷ ଗତ ଜୁଲାଇ ୨୬ରୁ ଅକ୍ଟୋବର ୨୩ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯୦ ଦିନ ଏନସିସି ଅଫିସର ତାଲିମ କେନ୍ଦ୍ର କମ୍ପଟୀ ନାଗପୁର ମହାରାଷ୍ଟ୍ରରୁ ତାଲିମ ପାଇ ସଫଳତାର ସହ ଲେପଟନେଣ୍ଟ ପଦ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ରେ ଆଜି ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଲେପଟନେଣ୍ଟ ଉଦୟ ନାଏକଙ୍କୁ ମହାବିଦ୍ୟାଳୟର ଅଧକ୍ଷ୍ୟା ଶ୍ରୀମତୀ ଭି. ଆର. ରତ୍ନଶ୍ରୀ ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ଏନସିସି ଅଫିସର ନିଜର କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରୁଥିବା ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷା ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରସନ୍ନ କୁମାର ଗନ୍ତାୟତ, ପ୍ରଫେସର ଅରୁଣ ଖାଡ଼ଙ୍ଗା, ଡକ୍ଟର ବବିଳତା ଶରଫ ଏବଂ ଡକ୍ଟର ଭଗବାନ ବିଶ୍ୱାଳ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.