ନୂଆପଡା ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର

● ମେଗା ଆଇନ ସେବା ଶିବିରରେ ଯୋଗ ଦେଲେ

ନୂଆପଡା: ଆଜି ପୂର୍ବାହ୍ନରେ ନୂଆପଡା ଜିଲ୍ଲା ମୁଖ୍ୟ ନ୍ୟାୟାଳୟକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର ଗ୍ରସ୍ତ କରିଛନ୍ତି। ତାଙ୍କ ସହିତ ହାଇକୋର୍ଟ ବିଚାରପରି ବିଭୁ ପ୍ରସାଦ ରାଉତରାୟ ମଧ୍ୟ ନୂଆପଡା ଗ୍ରସ୍ତ କରିଥିଲେ। ପ୍ରଥମେ ନୂଆପଡା ଜିଲ୍ଲା ମୁଖ୍ୟ ନ୍ୟାୟାଳୟରେ ମହିଳା କୋର୍ଟ ଉଦଘାଟନ କରିଥିଲେ, ପରେ ଇ କୋର୍ଟ ଫାଇଲିଂ କାଉଣ୍ଟର ଉଦଘାଟନ ଏବଂ କଳାହାଣ୍ଡି ଆଉ ନୂଆପଡାର ଓକିଲମାନେ ଅନଲାଇନ ମାଧ୍ୟମ ରେ କେସ ଫାଇଲ କରିବାକୁ ନେଇ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

Omkar Vasthu
Omkar Vasthu


ପରେ ଜିଲ୍ଲା ବାର ଏସୋସିଏସନ ସଭାପତି ପ୍ରସନ୍ନ ପାଢ଼ୀଙ୍କ ସଭାପତିତ୍ୱରେ ଜିଲ୍ଲା ମୁଖ୍ୟ ନ୍ୟାୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସଭାରେ ଯୋଗ ଦେଇଥିଲେ।ଏହି ସଭାରେ ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ଅଶ୍ୱିନୀ କୁମାର ବାଗ, ସିଭିଲ ବାର ଏସୋସିଏସନର ସଭାପତି ଘାସିରାମ ମାଝୀ, ସମ୍ପାଦକ ବିଶ୍ୱମଣୀ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହା ପରେ ସ୍ଥାନୀୟ ପୋଲିସ ପଡିଆ ଠାରେ ଅନୁଷ୍ଠିତ ମେଗା ଆଇନ ସେବା ଶିବିର ରେ ଯୋଗ ଦେଇ ହାଇକୋର୍ଟ ମୁଖ୍ୟ ବିଚାରପତି ୩ ଜଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ, ୭ ଜଣଙ୍କୁ ହ୍ଵିଲଚେୟାର, ୩ ଜଣଙ୍କୁ ଟ୍ରାଇସାଇକେଲ, ସଦର ବ୍ଲକ କୋଟେନଚୁଆଁ ଗାଁର ମା’ ରାଜେଶ୍ୱରୀ ଓ ମା’ ବିରଜା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୪ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ।

Udyog Nursery
Udyogi Nursery

ପରେ ବିଭିନ୍ନ ବିଭାଗର ଷ୍ଟଲ ପରିଦର୍ଶନ କରିଥିଲେ। ଏହି ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମରେ ଏସ.ଡି.ଜେ.ଏମ. ଅନୁଶିଳା ରାୟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ସସ୍ମିତା ନାୟକ ପରିଚାଳନା କରିଥିଲା ବେଳେ ଶିଶୁ ମଙ୍ଗଳ ସମିତି ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ସ୍ୱାଗତ ସମ୍ଭାଷଣ କରିଥିଲେ। ସବା ଶେଷରେ ଜିଲ୍ଲା ବାର ଏସୋସିଏସନ ସମ୍ପାଦକ ଅଶ୍ୱିନୀ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.