ଅନନ୍ତ କୁମାର ପାଲ ପାଇଲେ କଳାହାଣ୍ଡି ଯୁବ ପ୍ରଦୀପ ସମ୍ମାନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଯୁବ ସାମ୍ବାଦିକ ଅନନ୍ତ କୁମାର ପାଲଙ୍କୁ କଳାହାଣ୍ଡି ଯୁବ ପ୍ରଦୀପ ସମ୍ମାନ ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ଅବସରରେ ଅନନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମ.ରାମପୁରର ସାମ୍ବାଦିକ ଅନନ୍ତ କୁମାର ପାଲ ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏ କି ସମାଜରେ ସୃଷ୍ଟି କରିଛନ୍ତି ଅନେକ ଉଦାହରଣ। ବିଭିନ୍ନ ସମୟରେ ଉପାନ୍ତ ଇଲାକାରେ ଅନେକ କଷ୍ଟ ସ୍ୱୀକାର କରି ସେ ଲୋକଙ୍କ ପାଖରେ ପହଞ୍ଚି ଅବହେଳିତଙ୍କ କଥାକୁ ଗଣମାଧ୍ୟମରେ ସାମ୍ନାକୁ ଆଣିଛନ୍ତି। ନିଜ ଲେଖନୀ ମୁନରେ ସେ ଗରୀବଙ୍କ ମୁହଁରେ ଦେଇପାରିଛନ୍ତି ନ୍ୟାୟ। ପ୍ରଜାତନ୍ତ୍ର ଏବଂ ସର୍ବସାଧାରଣ ଖବର କାଗଜରେ ସେ ଜିଲ୍ଳା ପ୍ରତିନିଧିର ଦାୟିତ୍ୱ ସୂଚାରୁ ରୂପେ ସଂପାଦନ କରିବା ସହିତ ବୈଦ୍ୟୁତିକ ଗଣମାଧ୍ୟମ ଅର୍ଗସରେ ମଧ୍ୟ କର୍ମରତ କଛନ୍ତି। ବିଶ୍ୱମହାମାରୀ କରୋନା କାଳରେ ସେ ଲାଞ୍ଜିଗଡ ଭଳି ଆଦିବାସୀ ଅଧ୍ୟୁଷିତ, ବଣପାହାଡ଼ ଘେରା ଇଲାକାରେ ଭୟ ନକରି ଘରେ ଘରେ ପହଞ୍ଚାଇ ଦେଇଛନ୍ତି ସ୍ୱାସ୍ଥ୍ୟସେବା। ଏଭଳି ସଂକଟ ସମୟରେ ଲୋକଙ୍କ ପାଖରେ ସେ ଦେବଦୂତ ଭଳି ପହଞ୍ଚି ପାରିଛନ୍ତି। ଜୀବନ ଏବଂ ମୃତ୍ୟୁର ମହାଯୁଦ୍ଧ ଭିତରେ ଅନନ୍ତ ନିଜ ଜୀବନକୁ ଭୃକ୍ଷେପ ନକରି, ପାଲଟିଥିଲେ ଜଣେ କରୋନା ଯୋଦ୍ଧା। ଅନନ୍ତ ପାଲଙ୍କ ସେହି ନିର୍ଭିକତା ତାଙ୍କୁ ଅନ୍ୟମାନଙ୍କ ଆଗରେ ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଅଧିକାରୀ କରେଇପାରିଛି। ଓଡିଶା ସାମ୍ବାଦିକ ୟୁନିୟନ ସହବନ୍ଧିତ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ନର୍ଲା ବ୍ଲକ ରୁପ୍ରାରୋଡ ଅଗ୍ରସେନ ଭବନ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ଉଦଘାଟକ ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ, ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ନାଏକ, ଓଡିଶା ସାମ୍ବାଦିକ ୟୁନିୟନ ସମ୍ପାଦକ ଇଙ୍ଗିତ ପଣ୍ଡା, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂ ଏବଂ ମଞ୍ଚ ସଂଯୋଜକ ଜିଲ୍ଲା ଉପସଭାପତି ଲିଙ୍ଗରାଜ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.