କଳାହାଣ୍ଡି ଯୁବ ଜ୍ୟୋତି ସମ୍ମାନ ପାଇଲେ ସାମ୍ବାଦିକ ସୌମ୍ୟରଞ୍ଜନ ଅଗସ୍ତି

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ସାମ୍ବାଦିକ ସୌମ୍ୟରଞ୍ଜନ ଅଗସ୍ତିଙ୍କୁ କଳାହାଣ୍ଡି ଯୁବ ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଛି। ଗୋଲାମୁଣ୍ଡା ବ୍ଲକ ପ୍ରଗତିବାଦୀ ଖବରକାଗଜ ପ୍ରତିନିଧି ଥିବା ସୌମ୍ୟରଞ୍ଜନ ଜଣେ ନିରପେକ୍ଷ ସାମ୍ବାଦିକ ଭାବେ ସୁପରିଚିତ। ସେ ସମାଜ ପାଇଁ ସାଜିଛନ୍ତି ପରିବର୍ତ୍ତନର ବାର୍ତ୍ତାବହ। ନିଜର ଲେଖନୀ ମୁନରେ ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବାସହ ଅସହାୟଙ୍କ ମୁଖରେ ହସ ଫୁଟେଇପାରିଛନ୍ତି। କେବଳ ଜଣେ ସାମ୍ବାଦିକ ଭାବରେ ନୁହେଁ ସମାଜରେ ଆପଣ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ରହି ସେ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। ତେଣୁ ତାଙ୍କୁ ୨୦୨୧ ମସିହା ପାଇଁ କଳାହାଣ୍ଡି ଯୁବ ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଛି। ନର୍ଲା ବ୍ଲକ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି କମ୍ବୁପାଣି ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ଉଦଘାଟକ ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ, ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ନାଏକ, ଓଡିଶା ସାମ୍ବାଦିକ ୟୁନିୟନ ସମ୍ପାଦକ ଇଙ୍ଗିତ ପଣ୍ଡା, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂ ଏବଂ ମଞ୍ଚ ସଂଯୋଜକ ଜିଲ୍ଲା ଉପସଭାପତି ଲିଙ୍ଗରାଜ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.