ଏସୟୁଜେ ସାମ୍ବାଦିକ ସଂଘ ରାୟଗଡା ଜିଲ୍ଳା ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଂସ୍କୃତି ଭବନ ପରିସରରେ ରାଜ୍ୟ ସାମ୍ବାଦିକ ୟୁନିଅନ୍ (ଏସୟୁଜେ) ଓଡିଶା, ରାୟଗଡା ଜିଲ୍ଳା ଶାଖା ତରଫରୁ ଆଜି ଜାତୀୟ ପ୍ରେସ୍ ଦିବସ–୨୦୨୧ପାଳିତ ହୋଇଯାଇଛି । ରାୟଗଡା ଜିଲ୍ଳା ଶାଖା ସଂଘ ସଭାପତି ଶିବ ନାରାୟଣ ଗଉଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘ ଉପଦେଷ୍ଠା ତଥା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବାଦଲ କୁମାର ତା’ଯୋଗ ଦେଇ ଜାତୀୟ ପ୍ରେସ୍ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ସାମ୍ବାଦିକଙ୍କ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ଉପରେ ନିଜ ଅଭିଭାଷଣରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘ ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ‘ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମ-ଏକ ନୂତନ ଆହ୍ୱାନ’ଉପରେ ଆଲୋଚନା କରାଯାଇଥିଲା । ସେହିପରି ରାୟଗଡା ଜିଲ୍ଳାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାୟଗଡା ରେଳବାଇ ଷ୍ଟେସନରେ ଯାତ୍ରୀମାନଙ୍କ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ରେଳବାଇ କର୍ତୁପକ୍ଷଙ୍କ ଦୃଷ୍ଟି ଆର୍କଷଣ ନିମନ୍ତେ ଏସୟୁଜେ ରାୟଗଡା ଜିଲ୍ଳା ଶାଖା ସଂଘ ପକ୍ଷରୁ ପୂର୍ବତଟ ରେଳବାଇ ଅଧିନସ୍ଥ ୱାଲଟିୟର ଡିଭିଜନ ଡିଆରଏମଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ରାୟଗଡା ରେଳ ଷ୍ଟେସନ ଅଧୀକ୍ଷକ ପରମାନନ୍ଦ ପିଡିକାକାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Omkar Vasthu
Omkar Vasthu


ଏହି ଦାବିପତ୍ରରେ ରାୟଗଡା ରେଳ ଷ୍ଟେସନରେ ରାତ୍ର ସମୟରେ ରେଳବାଇ ଦ୍ୱାରା ନିୟୋଜିତ କେହି କୁଲି ଉପସ୍ଥିତ ରହୁ ନ ଥିବାରୁ ଯାତ୍ରୀମାନେ ତଥା ବିଶେଷ କରି ବରିଷ୍ଠ ନାଗରିକମାନେ ଜିନିଷ ବୋହି ନେବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ରାତ୍ର ସମୟରେ କୁଲି ନିୟୋଜିତ କରିବାର ବ୍ୟବସ୍ଥା ସହ ମଧ୍ୟ ରାତ୍ରରେ ରାୟଗଡା ରେଳ ଷ୍ଟେସନରେ ପଂହଚୁଥିବା ବିଶାଖାପାଟଣମ୍‌-କୋରବା ଏକ୍ସପ୍ରେସ୍‌ର ରହଣୀକୁ ପ୍ଳାଟଫର୍ମ ୩ ପରିବର୍ତେ ୧କୁ ଏବଂ ଚଳିତ ମାସର କାର୍ତିକ ପୁର୍ଣ୍ଣମା ପରଦିନ ଅର୍ଥାତ୍ ଆସନ୍ତା ନଭେମ୍ବର ୨୦ ତାରିଖରେ ପୁରୀରୁ ଫେରୁଥିବା ବରିଷ୍ଠ ନାଗରିକମାନଙ୍କ ଷ୍ଟେସନରେ ଓହ୍ଳାଇବା ସମୟରେ ଭୁବନେଶ୍ୱର-ଜୁନାଗଡ ରୋଡ୍‌-ଭୁବେନଶ୍ୱର ଏକ୍ସପ୍ରେସ ଟ୍ରେନକୁ ପ୍ଳାଟଫର୍ମ-୧ରେ ରହଣୀର ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି । ଯେହେତୁ ରାୟଗଡା ରେଳବାଇ ଷ୍ଟେସନର ପ୍ରତିରପୂାୟଣ କରାଯାଉଛି ସେଥି ନିମନ୍ତେ କିଛି ଟ୍ରେନକୁ ପ୍ଳାଟଫର୍ମ-୨ଓ୩ରେ ରହଣୀ ବ୍ୟବସ୍ଥା କରାଯାଉଥିବା ବେଳେ ଦାବି ସଂପର୍କରେ ଉଚ୍ଚ କର୍ତୁପକ୍ଷଙ୍କ ସହ ଆଲୋଚନା କରାଯାଇ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ ଷ୍ଟେସନ ଅଧିକ୍ଷକ ଶ୍ରୀ ପିଡିକାକା ପ୍ରକାଶ କରିଛନ୍ତି । ଜାତୀୟ ପ୍ରେସ ଦିବସ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଂଘ ଉପସଭାପତି ସହଦେବ ସାହୁ, ଅମଜଦ ଅଲ୍ଳି, ମୃତ୍ୟୁଂଜୟ ନନ୍ଦ, ଗୁରୁବିନ୍ଦର ସିଂ, ସୁରେଶ କୋଣ୍ଡା, ସନ୍ତୋଷ ପାଣି, ବିଜୟ ମହାରଣା, ରାଜ କିଶୋର ଲିମା, କମଳଲୋଚନ ଅମାରାପୁ, ସନ୍ତୋଷ ବଚ୍ଚା, ଉଦୟ କିରଣ,ଅକ୍ଷୟ ପିଡିସିକା, ପ୍ରଦୀପ ଦଳେଇ, ପ୍ରଶାନ୍ତ ସେନାପତି, ଲୋକନାଥ ପାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.