‘ସମାଜକୁ ଅନ୍ଧକାର ପଥରୁ ଆଲୋକକୁ ଆଣିବାରେ ଗଣମାଧ୍ୟମର ଭୂମିକା ଉଲ୍ଳେଖନୀୟ’

● ରାୟଗଡା ଜିଲ୍ଳା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ପ୍ରଶାସନ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ୍ ଦିବସ-୨୦୨୧ କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିବେକାନନ୍ଦ ଶର୍ମା, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା’ ପ୍ରମୁଖ ମଂଚାସୀନ ହୋଇଥିଲେ । ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଶୁଭାରମ୍ଭ କରିଥିଲେ । ପରେ ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଂଜଳି ପୂର୍ବକ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସେହିପରି ବୟୋଜେଷ୍ଠ ସାମ୍ବାଦିକ ନୃସିଂହନାଥ ପାଢୀ, ବାସୁଦେବ ପାତ୍ର, ପରମାନନ୍ଦ ଦାସ,ଲୋକନାଥ ପାଣିଗ୍ରାହୀ, ସି.ଏଚ.ଗଣେଶ୍ୱର ରାଓ, ଦେବୀ ଚୈାଧୁରୀ, ଦିଲ୍ଳୀପ ପଣ୍ଡା ଏବଂ ପୂର୍ଣ୍ଣଚନ୍ଦ୍ର ରଥ ଆଠଜଣଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା । ତେବେ ଅସୁସ୍ଥତା କାରଣରୁ କିଛି ବୟୋଜେଷ୍ଠ ସାମ୍ବାଦିକ ଯୋଗ ଦେଇପାରି ନ ଥିଲେ । ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଚଳିତ ବର୍ଷ “ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମ – ଏକ ନୂତନ୩ ଆହ୍ୱାନ”ର ବିଷୟବସ୍ତୁ ଉପରେ ଅତିଥିମାନେ ନିଜ ନିଜ ଅଭିଭାଷଣ ରଖିଥିଲେ । ସମାଜକୁ ଅନ୍ଧକାର ପଥରୁ ଆଲୋକକୁ ଆଣିବାରେ ଗଣମାଧ୍ୟମର ଭୂମିକା ସର୍ବଜନବିଦିତ । ତେଣୁ ଗଣତନ୍ତ୍ରକୁ ସୁସ୍ଥ ଭାବରେ ବଜାୟ ରଖିବା ପାଇଁ ଗଣମାଧ୍ୟମକୁ ମୁକ୍ତ ଏବଂ ଅବାଧ ଭାବେ କାର୍ଯ୍ୟ କରିବାରେ ସ୍ୱାଧୀନତା ଦେବା ଅତି ଜରୁରୀ ଅଟେ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ନିଜ ଅଭିଭାଷଣରେ କହିଥିଲା ।


ସେହିପରି ସମ୍ମାନୀତ ଅତିଥି ଜିଲ୍ଳା ଏସ.ପି. ଶ୍ରୀ ଶର୍ମା ଏବଂ ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ସାମ୍ବାଦିକମାନେ ନିରପେକ୍ଷ ଓ ସତ୍ୟ ଖବର ପରିବେଷଣ ପାଇଁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ତା’ନିଜ ଅଭିଭାଷଣରେ ଜିଲ୍ଳା ଓ ବ୍ଳକସ୍ତରୀୟ ସାମ୍ବାଦିକମାନେ ସମ୍ବାଦ ସଂଗ୍ରହ ବେଳେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ ଏବଂ ମହାମାରୀ ସମୟରେ ସରକାରଙ୍କୁ ଗ୍ରାମାଚଂଳରୁ ନେଇ ସହରାଂଚଳ ପର୍ଯ୍ୟନ୍ତ କୋଭିଡ୍ ସମ୍ବନ୍ଧୀତ ସମସ୍ତ ଖବର ପଂହଚାଇଥିବାରୁ ସରକାର ମଧ୍ୟ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଥିଲେ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ବନ୍ଧୁମାନେ ନିଜ ସାମ୍ବାଦିକତା ଜୀବନରେ ଘଟି ଯାଇଥିବା ଘଟଣାଗୁଡିକର ଅନୁଭୂତିକୁ ପ୍ରକାଶ କରିଥିଲେ ।


ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ପ୍ରେସ୍ କ୍ଳବ, ଜିଲ୍ଳା ସାମ୍ବାଦିକ ସଂଘ, ପ୍ରେସ୍ ୟୁନିଅନ୍‌, ଜିଲ୍ଳା ସାମ୍ବାଦିକ ମହାସଂଘ, ପ୍ରେସ୍ ୟୁନିଅନ୍ ରାୟଗଡା ଡିଷ୍ଟ୍ରିକ୍‌,ମିଡିଆ କ୍ଳବ, ରାଜ୍ୟ ସାମ୍ବାଦିକ ୟୁନିୟନ୍ (ଏସୟୁଜେ)ରାୟଗଡା ଜିଲ୍ଳା ଶାଖା,ଓଡିଶା ସାମ୍ବାଦିକ ୟୁନିଅନ୍ (ଓଜେୟୁ)ରାୟଗଡା ଜିଲ୍ଳା ଶାଖା, ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌, ପତ୍ରକାର ସଂଘ ଆଦି ସଂଘଗୁଡିକର ସଦସ୍ୟମାନେ ଉପସ୍ଥିତ ରହିଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତି ରଶ୍ମିରାଣୀ ନିମାକା ମଂଚ ସଂଯୋଜନା କରିଥିବା ବେଳେ ଶ୍ରୀ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ରାମଚନ୍ଦ୍ର ପାତ୍ର, ଗ୍ରନ୍ଥାଗାରିକ ଡମ୍ବୁରୁଧର ପଣ୍ଡା, ଅନନ୍ତ ପାତ୍ର, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା, ଶ୍ରୀକାନ୍ତ ବିଶ୍ୱାଳ, କାହ୍ନୁଚରଣ ପ୍ରଧାନ ଓ କ୍ଷେତ୍ର ଶଗଡିଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.