ସାମ୍ବାଦିକ ମନୋଜ ପାତ୍ରଙ୍କ ବିୟୋଗରେ ମିଡିଆ କ୍ଲବ ରାୟଗଡ ପକ୍ଷରୁ ଶୋକସଭା

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାର ଜଣେ ଉଦୀୟମାନ ଯୁବ ସାମ୍ବାଦିକ ମନୋଜ ପାତ୍ରଙ୍କ ଅକାଳ ହୋଇଛି। ତାଙ୍କ ଆତ୍ମାର ସଦଗତି ନିମନ୍ତେ ମିଡିଆ କ୍ଲବ ରାୟଗଡ ପକ୍ଷରୁ ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ସାମ୍ବାଦିକ ଶ୍ରୀ ରାମଦାସ ଲିମାଙ୍କ ଅଧ୍ଯକ୍ଷତାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ଧୂପ ଦୀପ ଦେଇ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥିନା କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ଭଗବାନ ସତସାହସ ଦେଇ ସମସ୍ତ କାମରେ ସହାୟକ ହୁଅନ୍ତୁ ବୋଲି ପ୍ରାର୍ଥନା କରି ସ୍ମୃତି ଚାରଣ କରାଯାଇଥିଲା। ମନୋଜଙ୍କ ଅକାଳ ବିୟୋଗ ରାୟଗଡ ଜିଲ୍ଲା ସାମ୍ବାଦିକତା କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତି ଘଟିଛି। ସ୍ବର୍ଗତ ମନୋଜ ପାତ୍ର ଜଣେ ମେଳାପି, ନିଷ୍ଠାପର, କର୍ତ୍ତବ୍ଯ ପରାୟଣ, ମିଷ୍ଟଭାଷୀ ଓ ପରପୋକାରୀ ଥିଲେ, ତାଙ୍କ ଲେଖନୀ, ଫୋଟ ଭିଡିଓ ମାଧ୍ଯମରେ ଲୋକଙ୍କ ହିତ ଓ ସୁବିଧା ଓ ନ୍ଯାୟ ପ୍ରଦାନ ପାଇଁ ସଦାସର୍ବଦା ନିଜକୁ ସାମିଲ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ସ୍ବର୍ଗତ ମନୋଜ ପାତ୍ର ବିଷମକଟକ ବ୍ଲକରେ ସମାଜ ଦୈନିକ ଖବର କାଗଜର ପ୍ରତିନିଧି ଭାବେ କାମ କରିବା ସହ ଓଟିଭିର ପ୍ରତିନିଧି ଭାବେ ମଧ୍ଯ ବହୁ ବର୍ଷ କାମ କରିଆସିଥିଲେ ତା’ ପରେ ଓଟିଭିର ରାୟଗଡ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ଯ କରିବା ପାଇଁ ବିଷମକଟକରୁ ରାୟଗଡ ଆସି ସାମ୍ବାଦିକତା କରୁଥିଲେ। ବ୍ରହ୍ମପୁର ମେଡିକାଲରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ସ୍ବର୍ଗତ ପାତ୍ର ଜଣେ ନିର୍ଭିକ ଓ ନିଷ୍ପକ୍ଷ ସାମ୍ବାଦିକ ଭାବରେ ଓଡିଶାର କୋଣ ଅନୁକୋଣରେ ବେସ ସୁପରିଚିତ ଥିଲେ। ଅସହାୟ ଜନତାଙ୍କ ସ୍ବରକୁ ନିଜ ଖବର ମାଧ୍ୟମରେ ପ୍ରଶାସନ ପାଖରେ ପହଞ୍ଚାଇବା ପାଇଁ ସେ ଅହରହ ସଂଗ୍ରାମରତ ଥିଲେ। ଆଜିର ଏହି ସ୍ମୃତି ଚାରଣ ଅବସରରେ ମିଡିଆ କ୍ଲବର ନଳିନୀ କୁମାର ପାଣି, ରଘୁନାଥ କାମ୍ବା, ଆଲୋକ କୁମାର ମହାରଣା, ରାଜେଶ କୁମ୍ବାର, ପ୍ରଶାନ୍ତ ପ୍ରଧାନ, ଉମା ଶଙ୍କର ପାଢୀ, ଭବାନୀ ଶଙ୍କର ପାତ୍ର, ବଳରାମ ମଲ୍ଲିକ, ଏନ୍. ନରେଶ, କୁମାର ସେଠୀ, ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.