ନାରାୟଣଗୁଡା ଅଙ୍ଗନବାଡି କର୍ମୀ ବହିଷ୍କାର ଦାବିରେ ଧାରଣା ପ୍ରସଙ୍ଗ: ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

●ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ହେବ କାର୍ଯ୍ୟାନୁଷ୍ଠାନ -ଜିଲ୍ଳାପାଳ

ରାୟଗଡା, (ଶିବ ନାରାୟଣ ଗୈାଡ): ଗତ ୩ ଦିନ ହେଲା ରାମନାଗୁଡା ବ୍ଳକ ସମନ୍ୱୀତ ଶିଶୁ ବିକାଶ ଅଧିକାରୀ (ସିଡିପିଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଜେନ୍ଦ୍ରି ଗ୍ରାମ ପଂଚାୟତ ଅନ୍ତର୍ଗତ ନାରାୟଣଗୁଡା ଅଙ୍ଗନବାଡି କେନ୍ଦ୍ରର କର୍ମୀ ଜୟନ୍ତି ଗମାଙ୍ଗଙ୍କ ମନମୁଖୀ କାର୍ଯ୍ୟକଳାପ, ଅଭିଭାବକଙ୍କୁ ଦୁର୍ବବ୍ୟହାର ଓ କେନ୍ଦ୍ରରେ ଦୁର୍ନିତୀ କରୁଥିବା ଅଭିଯୋଗ ନେଇ ତାଙ୍କୁ ସେଠାରୁ ବଦଳି ତଥା ବହିଷ୍କାର କରିବା ଦାବିରେ ଗ୍ରାମବାସୀ ତଥା ଅଭିଭାବକମାନେ ଧାରଣାରେ ବସି ରହିଥିବା ବେଳେ କୈାଣସି ସରକାରୀ ଅଧିକାରୀ ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁ ନ ଥିବାରୁ ଆଜି ଗ୍ରାମବାସୀମାନେ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଙ୍ଗନବାଡି କର୍ମୀ ଶ୍ରୀମତି ଗମାଙ୍ଗଙ୍କ ବିରୋଧରେ ଜିଲ୍ଳାପାଳଙ୍କୁ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଦାବିପତ୍ର ଗ୍ରହଣ କରି ଗୁଣପୁର ଉପଜିଲ୍ଳାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ ରିପୋର୍ଟ ଆଧାରରେ ତଥା ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କର୍ମୀଙ୍କ ବିରୋଧରେ ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବା ନେଇ ଭାରତୀ ଗମାଙ୍ଗ ଓ ସୈାଦାମିନୀ ଶବର ପ୍ରମୁଖ ଗ୍ରାମର ମହିଳାମାନେ ପ୍ରକାଶ କରିଛନ୍ତି । ଗତ ଅଗଷ୍ଟମାସରୁ କର୍ମୀ ଶ୍ରୀମତି ଗମାଙ୍ଗ ବିରୋଧରେ ଗୁଣପୁର ଉପଜିଲ୍ଳାପାଳ, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ, ବିଡିଓ, ରାମନାଗୁଡା ସିଡିପିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି କଟକଣା କିମ୍ବା ତାଗିଦ ଦିଆଯିବା ପରିବର୍ତେ କର୍ମୀଙ୍କୁ ଘଂଟଘୋଡାଇ ରଖାଯାଇଛି ବୋଲି ଅଭିଯୋଗ ସହ ଦାବିପତ୍ରରେ କେନ୍ଦ୍ର ପକ୍ଷରୁ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ତଥା ଶୁଖିଲା ଖାଦ୍ୟ ଦେବାରେ ଅନିୟମିତତା, ଶିଶୁଙ୍କ ଅଭିଭାବକଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ, ଶିଶୁଙ୍କ ଉଦ୍ଦିଷ୍ଠ ଖେଳନା ନ ଦେବା, ପିଲାଙ୍କ ବଦଳରେ ନିଜେ ଓ ନିଜ ପରିବାର ବର୍ଗ ଶୈାଚାଳୟ ବ୍ୟବହାର କରିବା, ମୋ ଜାଗାରେ ଘର କରି ରହୁଛ ବୋଲି ଗାଁ ଲୋକଙ୍କୁ ଜେସିବି ଆଣି ଭାଙ୍ଗିବି ବୋଲି ଧମକ ଦେବା, ସରକାରଙ୍କ ଉନ୍ନତୀମୂଳକ କାର୍ଯ୍ୟ ଆସିଲେ ମୋ ଜାଗାରେ ଜମି ଅଛି କହି କାମ ବନ୍ଦ କରାଇବା,ହଗାଁର ମା’ଭଉଣୀମାନଙ୍କୁ କଥା କଥାରେ ଗାଲିଗୁଲଜ କରି ଦୁର୍ବବ୍ୟହାର କରିବା, ମୋର ଉପର ସ୍ତରରେ ହାତ ରହିଛି ମୋତେ କଣ କରିପାରିବାର ଧମକ ଦେବା ସହ ନିଜ ଉଭଣୀଙ୍କ ସହ ମିଶି ଗାଁ ଲୋକଙ୍କୁ ଆକ୍ରମଣ କରି ତାଙ୍କ ନାମରେ ମିଥ୍ୟା କେସ୍ ଦେଇଥିବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପୂର୍ବକ ଅଙ୍ଗନବାଡି କର୍ମୀ ଶ୍ରୀମତି ଗମାଙ୍ଗଙ୍କୁ କେନ୍ଦ୍ରରୁ ବହିଷ୍କାର କରିବା ପାଇଁ ଗ୍ରାମବାସୀମାନେ ଦାବି ନେଇ ଧାରଣାରେ ବସି ରହିଛନ୍ତି ବୋଲି ଉଲ୍ଳେଖ ରହିଛି ।

Omkar Vasthu
Omkar Vasthu


ଅପରପକ୍ଷେ ରାମନାଗୁଡା ସିଡିପିଓ ଶାନ୍ତିଲତା ରଥ ଅଙ୍ଗନବାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତେ ଘଂଟ ଘୋଡାଇ ରଖିଥିବା ନେଇ ଗ୍ରାମର ନମିତା ଶବର, ଅନୁସୂୟା ଗମାଙ୍ଗ, ସବିତା ଗମାଙ୍ଗ, ଜାନକୀ ଗମାଙ୍ଗ, ରଜନୀ ଗମାଙ୍ଗ, ଗୀତା ଗମାଙ୍ଗ, ସୁଲଚନା ଶବର, ସୈାଦାମିନୀ ଶବର, ନିଳାମ୍ବର ଶବର, ଲମ୍ବୋଧର ଗମାଙ୍ଗ, ହରିବନ୍ଧୁ ଗମାଙ୍ଗଙ୍କ ସମେତ ଅନ୍ୟମାନେ ଦାବିପତ୍ରରେ ଲିଖିତ ଅଭିଯୋଗ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.