ଡୋକରୀ ଚଞ୍ଚରାରେ ଶ୍ରୀରାମ ନବମୀ ପାଳନର ସ୍ଵର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗୁଡାହାଣ୍ଡି ଡୋକରି ଚଞ୍ଚରା ବା ମଧୁମାଧବ ତୀର୍ଥରେ ଆସନ୍ତା ୨୦୨୨ ରାମନବମୀରେ ସୁବର୍ଣ୍ଣ ଜୟନ୍ତୀ ପାଳିତ ହେବ। ଏନେଇ ରବିବାର ଗୁଡାହାଣ୍ଡି ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଡୋକାରି ଚଞ୍ଚରା ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡୋକାରି ଚଞ୍ଚରାରେ ସୁବର୍ଣ୍ଣ ଜୟନ୍ତୀ ପୂର୍ବରୁ କୋଭିଡ ନିୟମ ପାଳନ କରି ଆସନ୍ତା ଡିସେମ୍ବର ୩୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଆଦିବାସୀ ମାନଙ୍କ ପରମ୍ପରାକୁ ନେଇ ଏକ ମଣ୍ଡେଇ ଯାତ୍ରା ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Omkar Vasthu
Omkar Vasthu


ଏହି ବୈଠକରେ ଗୁଡାହାଣ୍ଡି ଉନ୍ନୟନ କମିଟିର ଉପ-ସଭାପତି ଅଇରି ନାସନ ଚିନ୍ଦା, କାର୍ଯ୍ୟକାରୀ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଘନଶ୍ୟାମ ନାଏକ, ସହ ସମ୍ପାଦକ ମଧୁବନ ପାତ୍ର, ନିଳାମ୍ବର ନାଏକ, ତ୍ରିଲୋଚନ ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ସୁରେଶ ଅଗ୍ରୱାଲ, ସୁଧିର ପାତ୍ର, ଉପଦେଷ୍ଟା ବିରଞ୍ଚି ପଣ୍ଡା, ଗୋବିନ୍ଦ ପାଟ୍ଟଯୋଷୀ, ଚକାଡୋଳା ପାତ୍ର, ଯୁଗଳ ହଂସ, ଗଡୁଡ଼ଧ୍ୱଜ ମାଝୀ ସମେତ ଖଳିଗଡ଼ ନାରୀ କମିଟିର ମହିଳା ସଦସ୍ୟ ଉପସ୍ଥିତ ରହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.