‘ସୁସାହିତ୍ୟ ଓ ସାହିତ୍ୟିକ ସମାଜରେ ଶାନ୍ତି ପ୍ରତିଷ୍ଠା ଓ ହିତ ସାଧନା କରିଥାନ୍ତି’

● କଳାହାଣ୍ଡି ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନର ନବମ ବାର୍ଷିକ ଉତ୍ସବ

ଭବାନୀପାଟଣା: ସୁସାହିତ୍ୟ ଓ ସାହିତ୍ୟିକ ସମାଜରେ ଶାନ୍ତି ପ୍ରତିଷ୍ଠା ଓ ହିତ ସାଧନା କରିଥାଏ ବୋଲି କଳାହାଣ୍ଡି ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନର ନବମ ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥିମାନେ ମତାପ୍ରଦାନ କରିଛନ୍ତି। ଭବାନୀପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାଲାଜୀ ବିହାର ଠାରେ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ସୋହନଲାଲ ଅଗ୍ରୱାଲ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଓ.ୟୁ.ଟି. ଭବାନୀପାଟଣାର ଡିନ ପ୍ରଫେସର ଚିନ୍ତାମଣି ପଣ୍ଡା, ସମ୍ମାନିତ ଅତିଥିଭାବେ ଶିକ୍ଷକ କିଶୋର ଚନ୍ଦ୍ର ତ୍ରିପାଠୀ ମଞ୍ଚାସିନ ଥିଲେ।

Omkar Vasthu
Omkar Vasthu


ଅନୁଷ୍ଠାନର ଆବାହକ ବିଶ୍ୱରଞ୍ଜନ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଉପସଭାପତି ଅଶୋକ କୁମାର ଖମାରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ପାଦକ ସନ୍ତୋଷ ଶତପଥୀ ସମ୍ପାଦକୀୟ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନ ର ମୁଖପତ୍ର “କଳାଶ୍ରୀକ୍ଷେତ୍ର” ଓ କବି ସୁତ୍ତମ ନାଏକଙ୍କ କବିତା ସଂକଳନ “ପୁଷ୍ପାଞ୍ଜଳି” ଲୋକାର୍ପିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

୨୦୧୯ ପାଇଁ ଶିଶୁ ପ୍ରତିଭା ସମ୍ମାନ ସୁଶ୍ରୀ ସୁଧୃତୀ ଦାଶ, ନାଟ୍ୟଶ୍ରୀ ସମ୍ମାନ କେଶୋରୀ ଶବର, କଳାଶ୍ରୀ ସମ୍ମାନ ପ୍ରଭାସ ଚନ୍ଦ୍ର ମିଶ୍ର ଓ ସାହିତ୍ୟଶ୍ରୀ ସମ୍ମାନ କୁଳମଣି ସିଂ ପାଇଥିଲେ। ସେହିପରି ୨୦୨୦ ପାଇଁ ଶିଶୁ ପ୍ରତିଭା ସମ୍ମାନ ସୁଶ୍ରୀ ଅଭିପ୍ସା ଅନନ୍ୟା ସାହୁ, ନାଟ୍ୟଶ୍ରୀ ସମ୍ମାନ ପ୍ରଦୀପ ଡ଼ି ମାଝୀ, କଳାଶ୍ରୀ ସମ୍ମାନ ମୁକୁନ୍ଦ ରେଡ୍ଡୀ, ସାହିତ୍ୟଶ୍ରୀ ସମ୍ମାନ ଲଳିତ କାନୁନଗୋଙ୍କୁ ପ୍ରଦାନ କରାଯାଇଥିଲା।


୨୦୨୧ ପାଇଁ ଶିଶୁ ପ୍ରତିଭା ସମ୍ମାନ ସୁଶ୍ରୀ ସୌମ୍ୟା ସ୍ୱରୂପା ସାହୁ, ନାଟ୍ୟଶ୍ରୀ ସମ୍ମାନ ପରମେଶ୍ବର ମୁଣ୍ଡ, କଳାଶ୍ରୀ ସମ୍ମାନ ରମାକାନ୍ତ ସିଂ ସାହାଣୀ ଓ ସାହିତ୍ୟଶ୍ରୀ ସମ୍ମାନ ସ୍ନେହଲତା ଷଢଙ୍ଗୀ ପାଇଛନ୍ତି। ଅନୁଷ୍ଠାନର ପରିଚାଳନା ସମ୍ପାଦକ ଦକ୍ଷ ସାହୁ ସଭା ପରିଚାଳନା କରିଥିଲେ।

କଣ୍ଠଶିଳ୍ପୀ ସାବିତ୍ରୀ ମହାରଣା ବୈଦିକ ମନ୍ତ୍ର ଉଚ୍ଚାରଣ କରିଥିବାବେଳେ କାଜଲ ମହାରଣା, ସିପ୍ରା ରାଓଳ, ଚିନ୍ମୟୀ ବୈଠାରୁ , ନିକିତା ମିଶ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଅନୁଷ୍ଠାନର ସଂଗଠକ ସମ୍ପାଦକ ରାଧେଶ୍ୟାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବନଶ୍ରୀ ଦାସ, ତପନ କୁମାର ସାହୁ, ଚିନ୍ମୟ ପଣ୍ଡା, କାହ୍ନୁ ଚରଣ ସାହୁ, ବିଜେତା ବାଗ, ଅନ୍ନପୂର୍ଣ୍ଣା ପଣ୍ଡା, ମାର୍କଣ୍ଡ ଧରୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.