ABSKP ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଶିକ୍ଷା ବୃତ୍ତି ରାଶି ବଢାଇବା ନିମନ୍ତେ ଦାବି

ଗୁଣୁପୁର: ଅଭିଭକ୍ତ କୋରାପୁଟ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳ ହେଇଥିବା ବେଳେ ବହୁ ପ୍ରତିଭା ବାନ ଛାତ୍ର ଛାତ୍ରୀ ଦିନକୁ ଦିନ ସେମାନଙ୍କ ପ୍ରତିଭା ସାରା ଓଡ଼ିଶାରେ ନିଜ ପରିଚୟ ଦେବା ପାଇଁ ଆଗ୍ରହ ହେଉଛନ୍ତି କିନ୍ତୁ ବଣ ମଲ୍ଲି ଗୁଡ଼ିକ ବଣରେ ହିଁ ମଉଳି ଯାଉଛନ୍ତି। କେତେବେଳେ ଅର୍ଥ ସାଜିଛି ବାଧକ ତ କେତେବେଳେ ନିଜ ପରିଚୟକୁ ପଥଭ୍ରଷ୍ଟ ଶିକାର ହୋଇଛନ୍ତି ଅଞ୍ଚଳର ପ୍ରତିଭାବାନ ଛାତ୍ର ଛାତ୍ରୀ ମାନେ । ଏଭଳି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଜଣେ ସଧାରଣରୁ ଅସାଧାରଣ ଅନ୍ଧର ଲଉଡି ଭଳି ବିଦ୍ୟମାନ ହୋଇଛନ୍ତି ଗୁଣପୁରର ଜଣେ ପ୍ରତିଭା ପ୍ରେମି, ନିଃସ୍ଵାର୍ଥପର, ସମାଜସେବାରେ ନିଜକୁ ଉତ୍ସର୍ଗ କରିଥିବା ବ୍ୟକ୍ତି ଯାହାଙ୍କ ନାଁ ପଞ୍ଚାନନ ଚୌଧୁରୀ । ଗୁଣପୁରରେ ଜନ୍ମଗ୍ରହଣ କରିଛନ୍ତି ଏହି ମହାନ ବ୍ୟକ୍ତି । ତାଙ୍କ ଧର୍ମପତ୍ନୀ ଅନିତା ସାହୁ ଜଣେ ବାଳିକା ମହା ବିଦ୍ୟାଳୟରେ ଲେଡି ମେଟ୍ରନ ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ଚୌଧୁରୀ ଛୋଟ ଛୋଟ ଠିକା କାର୍ଯ୍ୟ କରୁଥିଲେ ।

Omkar Vasthu
Omkar Vasthu

ନିୟତିର ନିର୍ଦ୍ଦେଶନା ବାଳିକା ବିଦ୍ୟାଳୟରେ ଜଣେ ଝିଅର ଅନନ୍ୟା ପ୍ରତିଭା ବିଳାସିନୀ ଶବର ବୋଲି ଜଣେ ଆଦିବାସୀ ଝିଅକୁ ଦେଖିଥିଲେ ଅନିତା ସାହୁ ଏବଂ ତାଙ୍କ ମନରେ ସେହି ପ୍ରତିଭାକୁ ପ୍ରଷ୍ପୁଟିତ କରିବାର ପାଇଁ ମନସ୍ଥ କରିଥିଲେ ଅନିତା । ସ୍ବାମି ସ୍ତ୍ରୀ ଏହି ପ୍ରତିଭାବାନ ଝିଅର ଆଶାଟିକୁ ଆଗକୁ ବଢ଼ିବାରେ ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କଲେ । ଶେଷରେ ଝିଅଟିକୁ ସାରା ଓଡ଼ିଶାରେ ଲୋକଲୋଚନକୁ ଆଣିଥିଲେ । ବର୍ତ୍ତମାନ ଗୁଣୁପୁର ମାଟି ପାଇଁ ଖୁସି ଖବର କି ଏହି ଅନୁଷ୍ଠାନରେ ଶିକ୍ଷା ଅଧ୍ୟୟନ କରୁଥିବା ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିବା ଛାତ୍ରୀ ଆର୍ଟ ଅଫ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ସେହି ଦିନଠୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମିଶି ଅଞ୍ଚଳ ର ଏଭଳି ପ୍ରତିଭା ମାନଙ୍କ ମନସ୍ଥ କଲେ ଗୋଟେ କଳା ଓ ସଂଗୀତ ମହାବିଦ୍ୟାଳୟ କରି ସେଥିରେ ଗରିବ ନିଃସହାୟ ପ୍ରତିଭା ମାନଙ୍କୁ ସାହାଯ୍ୟ କଲେ ସେମାନଙ୍କ ଉଜ୍ବଳ ଭବିଷ୍ୟତ ଗଢିଉଠିବ ।

Pearl dental clinic
Near Ashish Medical Store, Bhawanipatna

ବର୍ତ୍ତମାନ ସମୟରେ ଏହି ଏ.ବି.ଏସ.କେ.ପି. ମହାବିଦ୍ୟାଳୟ ବହୁ ମାତ୍ରାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ନାମ ଲେଖାଉଛନ୍ତି ଏବଂ ସେମାନଙ୍କର ସହାୟତା ରାଶି ସାତ ହଜାର ଟଙ୍କା ଶିକ୍ଷା ବୃତ୍ତି ସହାୟତା ରାଶି ବାର୍ଷିକ ପାଉଛନ୍ତି କିନ୍ତୁ ଉକ୍ତ ମହାବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଗ୍ରହଣ କରିବା ନିମନ୍ତେ ସେତିକି ଟଙ୍କା ପଢ଼ା ଖର୍ଚ୍ଚ ସମ୍ଭବ ହେଉନାହିଁ । ସେଥିପାଇଁ ରାଜ୍ୟ ସରକାର ଇଂଜିନିୟରିଂ ଛାତ୍ର ଛାତ୍ରୀଙ୍କ ଭଳି ବାର୍ଷିକ ପଚାଶ ହଜାର ଟଙ୍କା ଲେଖାଏଁ ଶିକ୍ଷା ବୃତ୍ତି ସହାୟତା ରାଶି ବଢାଇବାକୁ ଅନୁଷ୍ଠାନ ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ ଚୌଧୁରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଦୀପାଞ୍ଜଳି ଜେନା, ଚନ୍ଦ୍ରକାନ୍ତ ନାୟକ, ସାଇ ସୁଶ୍ରୀ ବଳ ଜେନା, ରେଣୁବାଳା ନନ୍ଦ, ସୁକଦେଵ, ପ୍ରେମଲତା ପ୍ରମୁଖ‌ ମତ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ଓ ତାଙ୍କ ସ୍ତ୍ରୀ ମିଳିତ ଉଦ୍ୟମରେ ଗୁଣପୁର ନିଳାଦ୍ରୀ ବିହାର ୩ୟ ଗଳି ରେ ୨୦୨୦ ରେ ସ୍ଥାପିତ ହୋଇଥିଲା ସଂଗିତ ଓ କଳା ମହାବିଦ୍ୟାଳୟ, ବର୍ତମାନ ସେଇଠି ୩୯ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି।ମହାବିଦ୍ୟାଳୟ ରାଜ୍ୟ ସରକାରଙ୍କ ସ୍ଥିରୀକୃତ ହୋଇ ସାରିଥିବା ଵେଳେ ଦକ୍ଷିଣାଞ୍ଚଳ କଳା ଓ ସଂଗୀତ ପ୍ରତିଭାଙ୍କ ପାଇଁ ଅନେକ ଉଚ୍ଚ ଆଶା ରଖିଛନ୍ତି । ରାଜ୍ୟ ସରକାର ଏହି ଅନୁଷ୍ଠାନର ସମସ୍ତ ପ୍ରକାର ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରି ସହାୟତା ଯୋଗାଇଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଗୁଣପୁର ଉପଖଣ୍ଡ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.