ଓଲଟିଲା ଘରୋଇ ଆମ୍ବୁଲାନ୍ସ: ଡ୍ରାଇଭର ଆହାତ, ହେଲ୍ପର ଗୁରୁତର

ଲାଞ୍ଜିଗଡ଼: ପୋଖରୀବନ୍ଧ ଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ ର ଲୋକନାଥପୁର ନିକଟରେ ଘଟିଛି ଏକ ଘରୋଇ ଆମ୍ବୁଲାନ୍ସ ଦୁର୍ଘଟଣା । ଆମ୍ବୁଲାନ୍ସଟି ମହାଜାଲ ପୋଲ ଉପରେ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ସନ୍ତୋଷ କୁମାର ମହାପାତ୍ର (୩୦) ଆହାତ ହୋଇଥିବାବେଳେ ହେଲ୍ପର ଆଶିଷ କୁମାର ଚୁଲି (୨୮) ଗୁରୁତର ଆହତ ହେଇଛନ୍ତି ।

ଉଭୟଙ୍କୁ ଉଦ୍ଧାର କରି ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ହେଲ୍ପର ଆଶିଷ ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଆମ୍ବୁଲାନ୍ସଟି ବିଷମକଟକରେ ରୋଗୀଙ୍କୁ ଚିକିତ୍ସା ପାଇଁ ଛାଡ଼ି ଭବାନୀପାଟଣା ଫେରୁଥିବା ବେଳେ ଲୋକନାଥପୁର ନିକଟସ୍ଥ ମହାଜାଲ ପୋଲ ବାଡ଼ରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଆମ୍ବୁଲାନ୍ସଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ବିଶ୍ଵନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.