ଇମ୍ଫା ଥେରୁବାଲିକୁ କଳିଙ୍ଗ ସୁରକ୍ଷା ପୁରସ୍କାର

ରାୟଗଡା, (ଶିବ ନାରାୟଣ ଗୈାଡ): ଇଣ୍ଡିଆନ୍ ମେଟାଲସ୍ ଆଣ୍ଡ ଫେରୋ ଆଲୋଏଜ୍ ଲିମିଟେଡ, ଥେରୁବାଲିକୁ ଗତ ୨୨ ତାରିଖ ସନ୍ଧ୍ଯାରେ ସୁରକ୍ଷା ନିରାପତ୍ତା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ କଳିଙ୍ଗ ସୁରକ୍ଷା ପୁରସ୍କାର (ରୋପ୍ଯ ପଦକ) ୨୦୨୦ ମିଳିଛି । ଭୁବନେଶ୍ବରର ହୋଟେଲ ନିୟୁ ମାରିୟନ ଠାରେ ଆୟୋଜିତ ଓଡିଶା ସୁରକ୍ଷା କନକ୍ଲେଭରେ ଓଡିଶାର ମହାମାନ୍ଯ ବାଚଷ୍ପତି ଡଃ. ସୂର୍ଯ୍ଯ ନାରାୟଣ ପାତ୍ର ମୂଖ୍ଯ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବାଙ୍ଗାଲାଦେଶର ଡେପୁଟି ଉଚ୍ଚ କମିଶନର ଶ୍ରୀଯୁକ୍ତ ଟଫିକ ହସନ୍ , ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ ଅବସରପ୍ରାପ୍ତ (ଆଇ.ଏ.ଏସ) ତଥା ପୁର୍ବତନ ସଦସ୍ଯ ରାଜସ୍ବ ମଣ୍ଡଳ ଓଡିଶା ସରକାର, ଶ୍ରୀଯୁକ୍ତ ଏନ୍ ଥିରୁମାଳା ନାଏକ, (ଆଇ. ଏ. ଏସ) ଲେବର କମିଶନର ଓ ନିର୍ଦ୍ଦେଶକ କାରଖାନା ଓ ବାଷ୍ପୀୟ ବିଭାଗ ଓଡିଶା, ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।


ଉକ୍ତ କାର୍ଯ୍ଯ କ୍ରମରେ (ବାଙ୍ଗଲାଦେଶ) ଡେପୁଟି ଉଚ୍ଚ କମିଶନର ଶ୍ରୀ ହସନ ଙ୍କ ଠାରୁ ଇମ୍ଫା ଥେରୁବାଲିର ମେକାନିକାଲ ବିଭାଗର ମୁଖ୍ଯ ଶ୍ରୀ ସ୍ବୟଭୁଂବ ଦାସ ଓ ସୁରକ୍ଷା ବିଭାଗର ମୁଖ୍ଯ ଶ୍ରୀ ରାମ କୃଷ୍ଣ ତ୍ରିପାଠୀ ଥେରୁବାଲିସ୍ଥିତ ଇମ୍ଫା କାରଖାନା ତାର ସୁରକ୍ଷା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ କଳିଙ୍ଗ ସୁରକ୍ଷା ପୁରସ୍କାର (ରୋପ୍ଯ ପଦକ) ଗ୍ରହଣ କରିଥିଲେ । ଏହି ସଫଳତା ପାଇଁ ଇମ୍ଫା ଥେରୁବାଲିର ମୁଖ୍ଯ ଶ୍ରୀ କେ ଭି ରାଓ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସୁରକ୍ଷା ନିୟମ କଡା କଡି ଭାବେ ପାଳନ କରି ଧନ ଜୀବନକୁ ସୁରକ୍ଷିତ ରଖି କାର୍ଯ୍ଯ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.