ଅଁଳାଭଟା ପଞ୍ଚାୟତର ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପାଇଲେ କୋଭିଡ ସହାୟତା

ଜୟପାଟଣା, (ଧନେଶ୍ଵର ପୁଞ୍ଜି): ରାଜ୍ୟ ସରକାର ଜାତିୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ କୋଭିଡ ସହାୟତା ରାଶି ୧ହଜାର ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । କୋଭିଡ ମହାମାରୀ ଯୋଗୁଁ ଗରୀବ ଜନସାଧାରଣ ଙ୍କ ଆର୍ଥିକ ଅବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି କ୍ରମରେ ଜୟପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ଅଁଳାଭଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୁରୁବାର ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ ମାଝୀଙ୍କ ଉପସ୍ଥିିତରେ ହିତାଧିକାରୀଙ୍କୁ କୋଭିଡ ସହାୟତା ରାଶି ଏକ ହଜାର ଟଙ୍କା ପ୍ରଦାନ କରାଯାଇଛି । ପଞ୍ଚାୟତ ର ୧୬୧୯ ଜଣ ହିତାଧିକାରୀ ଏହି ସହାୟତା ରାଶି ପାଇବେ ବୋଲି ସୂଚନା ମିଲିଛି । କୋଭିଡ ମହାମାରୀ ସମୟରେ ପୁଣିଥରେ ରାଜ୍ୟ ସରକାର ଆର୍ଥିକ ସହାୟତ ପ୍ରଦାନ କରିଥିବାରୁ ଜନସାଧାରଣ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.