ନର୍ଲା ଚାରିଛକଠାରୁ ପ୍ରାଣୀ ଚିକିତ୍ସାଳୟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ଭୂମୀ ପୂଜନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଏବେ ପୁରଣ ହେବାକୁ ଯାଉଛି । ନର୍ଲା ଚାରିଛକଠାରୁ ପ୍ରାଣୀ ଚିକିତ୍ସାଳୟ ପର୍ଯ୍ୟନ୍ତ ଓ୍ବାନ ଓ୍ବେ ରାସ୍ତା ନିର୍ମାଣ ହେବ । ୧.୮ କି.ମି ପରିଧି ବିଶିଷ୍ଟ ଏହି ରାସ୍ତା ପ୍ରଶସ୍ତିକରଣ ପାଇଁ ଆଜି ଭୂମୀପୂଜନ ହୋଇଛି । ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ନାରୀକେଳ ଭାଙ୍ଗି ଭୁମି ପୂଜନ କରିଛନ୍ତି ।

Omkar Vasthu
Omkar Vasthu


ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡ଼ିଆ, ରୁପ୍ରାରୋଡ଼ ସରପଞ୍ଚ ଚିତ୍ତ ରଞ୍ଜନ ରଣା, ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ, ସମ୍ପାଦକ ଭ୍ରମର ନାଗ, ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ, ଅନି ବିଶ୍ୱାଳ, ଅଶୋକ ଚାନ୍ଦ, କୁମୁଦ ଚନ୍ଦ୍ର ନାଏକ, ମନମୋହନ ନାଏକ, ଚନ୍ଦ୍ର ଶେଖର ଚାନ୍ଦ, ନର୍ଲାର ଯୁବ ନେତୃତ୍ୱ ବଡ ହଂସ, ପୂର୍ଣ୍ଣ ପୁଝାରୀ, କିଶୋର ମାଝୀ, ହାକିମ ମେହେର, ରୁଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରାସ୍ତା ନିର୍ମାଣ ହେଲେ ନର୍ଲାର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିବାସହ ବସ୍ତିର ସୈ।ନ୍ଦର୍ଯ୍ୟିକରଣ ହୋଇପାରିବ ବୋଲି ସ୍ଥାନୀୟ ଜନତା ଆଶାବ୍ୟକ୍ତ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.