ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜୟନ୍ତୀ ପାଳିତ

କଟକ: କଟକ ସଦର ଉପକଣ୍ଠ ୪୨ମୌଜା ସ୍ଥିତ ପଟଣା ଠାରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ନୃସିଂହ ଆନନ୍ଦ ସ୍ମୃତି ପୂଜ୍ୟ ପୂଜା ଭବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଜନ ନାୟକ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସରୋଜ ନଳିନୀ ପରିଜା, ସଭାପତି ଶ୍ରମିକନେତା ଇ° ଅଶୋକ କୁମାର ବିଶ୍ବାଳ, ଉପ ସଭାପତି ବୁଲେଇ ବେହେରା, ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ସମାଜସେବୀ ପ୍ରସନ୍ନ କୁମାର ବେହେରା ପ୍ରମୁଖ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଦର୍ଶ ପ୍ରତିଭା ବାବଦରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଉପେନ୍ଦ୍ର ବାରିକ, ନଟବର ବେହେରା, ଗଗନ ବିହାରୀ ଲେଙ୍କା, ଶ୍ରାବନ୍ତିକା ମହାନ୍ତି ଓ ସାଗର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶୁଭେନ୍ଦୁ ବରଣ ଦାସ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.