ଭଟାଙ୍ଗପଦର କ୍ଳଷ୍ଟର୍ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଲୋଚନାଚକ୍ର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଭଟାଙ୍ଗପଦର ହାଇସ୍କୁଲ୍ ପରିସରରେ କ୍ଲଷ୍ଟର୍ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍‌ଏଲ୍‌ଏନ୍‌) ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଞ୍ଜିଗଡ଼ ବିଇଓ ସଞ୍ଜୀବ କୁମାର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସାଧନ କର୍ମୀ ଜିତେନ୍ଦ୍ର କୁମାର ବିଶ୍ୱାଳ ମୁଖ୍ୟ ଅତିଥି, ଭଟାଙ୍ଗପଦର ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ଯୁଧିଷ୍ଠିର ମହାନନ୍ଦ ଓ ଲାଞ୍ଜିଗଡ଼ ବ୍ଲକ୍ ଶିକ୍ଷକ ସଂଘର ସଂପାଦକ ପ୍ରମୋଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଶ୍ରୀ ବିଶ୍ୱାଳ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଜାତୀୟ ଉପଲବ୍‌ଧି ସର୍ବେକ୍ଷଣ, ଜାତୀୟ ଶିକ୍ଷାନୀତି, ଶିକ୍ଷଣ ଫଳାଫଳ ତଥା ସରକାରଙ୍କ ବିଭିନ୍ନ ଯୋଜନା ଆଦି ସଂପର୍କରେ ଆଲୋଚନା କରିଥିଲେ । ବିଇଓ ଶ୍ରୀ ନାଏକ ଓଦିଶା ଆପ୍‌, ପ୍ରବନ୍ଧ ପୋର୍ଟାଲ୍‌, ଛାତ୍ରଛାତ୍ରୀଙ୍କ କାଉନ୍‌ସେଲିଂ, ବିଦ୍ୟାଳୟରେ ବର୍ଣ୍ଣବୋଧ ବହିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ ।

ସ୍ଥାନୀୟ ସିଆର୍‌ସିସି ଭାରତ ଭୂଷଣ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ କେଦାରନାଥ ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏଥିରେ କ୍ଲଷ୍ଟର୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.