ବିଶ୍ଵନାଥପୁର ଦ’ ଲିଜେଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଏନ୍ ବି ଡୋମିନେଟର ଚମ୍ପିୟାନ

ଲାଞ୍ଜିଗଡ଼: ନବ ବର୍ଷ ୨୦୨୨ ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ମୁଖ୍ୟାଳୟ ବିଶ୍ଵନାଥପୁର ଗୋପବନ୍ଧୁ ସ୍କୁଲ ଖେଳ ପଡ଼ିଆଠାରେ ଦ’ ଲିଜେଣ୍ଡ ଆନୁକୁଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏକଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବିଶ୍ଵନାଥପୁରର ୪ଗୋଟି ଦଳ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu


ଏନ୍ ବି ଡୋମିନେଟର ଓ ଗ୍ରିନ୍ ଗ୍ୟାଲେକ୍ସି ଦଳ ମଧ୍ୟରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚରେ ଏନ୍ ବି ଡୋମିନେଟର ୧୫୯ ରନ୍ କରି ବିଜୟ ବିଜୟ ହାସଲ କରିଥିବାବେଳ ୧୧୬ କରି ଗ୍ରୀନ ଗେଲେକ୍ସି ପରାଜୟ ସ୍ଵୀକାର କରିଥିଲା। ମେନଅପଦି ମ୍ୟାଚ ଏବଂ ମେନ୍ଅପଦି ସିରିଜ ଉତ୍କଳ ସାହୁ ଗ୍ରହଣ କରିଥିବା ବେଳେ ବେଷ୍ଟ ବୋଲର ଭାବେ ଉଦ୍ଧବ ଘଡେ଼ଇ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna


ଖେଳକୁ ମଣ୍ଟୁ ବାଣୁଆ ଓ ଜିତେନ୍ଦ୍ର ନନ୍ଦା ପରିଚାଳନା କରିଥିଲେ। କୁନମୁନ୍ ସ୍କୋରର ଦାୟିତ୍ଵ ତୁଲାଇଥିଲେ। ମଧୁସୂଦନ ବାଗ ଧାରାବିବରଣୀ ପ୍ରଦାନ କରିଥିଲେ।

Udyog Nursery
Udyogi Nursery


ଉଦଜାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକିର ମୋହନ ମାଝୀ ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ବଟକୃଷ୍ଣ ପୁଷ୍ଟି, ଗ୍ରାମ ରୋଜଗାର ସେବକ ସଂଘର ସଭାପତି ରାମଚନ୍ଦ୍ର ବେହେରା, ଶିକ୍ଷକ ସରୋଜ ସାହୁ, ହେମସାଗର ପ୍ରଧାନୀ, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ମିନକେତନ ଦଣ୍ଡସେନା, ମକରନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।

ରାଇଁଆନବୋୱାର୍ରିଓର କୋଚ୍ ତରୁଣ କୁମାର ଦାସ, କ୍ୟାପଟେନ ଘନଶ୍ୟାମ ସୁନା, ଏନ୍ ବି ଡୋମିନେଟର କୋଚ୍ ଅଚ୍ୟୁତ ଘଡେ଼ଇ, କ୍ୟାପଟେନ ଜୟରାମ ତାଣ୍ଡି, ଗ୍ରିନ୍ ଗ୍ୟାଲେକ୍ସି କୋଚ୍ ଲିଲୁ ଦେହୁରୀ, କ୍ୟାପଟେନ ହରିହର କୁମାର, ବ୍ଲୁ ସ୍କାୟ ୱାକରସ କୋଚ୍ ମନୋରଞ୍ଜନ ବିଶି, କ୍ୟାପଟେନ ଧବଳେଶ୍ଵର ଠେଲା ପ୍ରମୁଖ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.