✒️ପଞ୍ଚାନନ ଜାଲ
ତପନର ହାଲକା ହାଲକା ରଶ୍ମି ସହ
କୁହୁଡ଼ି ଭରା ସକାଳର
ହାଡ ଭଙ୍ଗା ଶୀତ,
ତଥାପି ପ୍ରକୃତିର ବର୍ଣ୍ଣନା ପାଇଁ ତ
ଥରଥର ଦେହରେ କଲମ ଧରିଛି ଏ ହାତ ।
ପ୍ରକୃତିର ଏ ରୂପ ଉପଭୋଗ ବାହାନାରେ
ଥଣ୍ଡା ପବନର ସୁଅରେ ଉଡିଯାଏ ମନ,
ସୂର୍ଯ୍ୟର ଆଗମନ ପରେ
ଧୀରେ ଧୀରେ ଲାଜେଇ ଲୁଚିଯାଏ ଜହ୍ନ ।
ସୁନା ପରି ଚକ ଚକ କରେ
ସ୍ବର୍ଣ୍ଣରେଣୁ ସହ ମିଳିତ ହେଲା ପରେ ଏ ଶିଶିର
ଏଇ ତ ପ୍ରକୃତିର ଆକୃଷ୍ଟତା
ମିଳନ ପ୍ରକୃତି ଓ କବିର ।
ମୋ କବିତାର ମୁକସାକ୍ଷୀ ପାଲଟିଛି
ସମ୍ବଲପୁର ରାୟଗଡ଼ା ତପସ୍ୱିନୀ ରେଳ
ଆଗକୁ ଆଗକୁ ବଢ଼ିଚାଲିଛି
ଛୁକ ଛୁକ ଶବ୍ଦରେ ଖେଳି ଚାଲିଛି ସତେ ତା ଖେଳ ।
ଡି-୧ ବଗିର ୨୧ ନମ୍ବର ସିଟ
ସାମ୍ନାରେ ଜଣେ ୭୦ ବର୍ଷିଆ ବୃଦ୍ଧ
ଶୀତରେ ଥରଥର
ତଥାପି ଅସ୍ଥିର ମୋ କଲମ
କରୁଛି ବର୍ଣ୍ଣନା ପ୍ରକୃତିର ।
କିଛି ସମୟ ବ୍ୟବଧାନରେ
ପ୍ରବେଶ ହେଇଛି ମୋ ଜନ୍ମ ମାଟି କଳାହାଣ୍ଡିରେ
ବହୁଦିନ ପରେ ତାର ସ୍ପର୍ଶ ପାଇ
ଖୁସି, ଆନନ୍ଦ, ଉଲ୍ଲାସ ଭରି ଗଲା ମୋ ମନରେ ।
ବଣ ଜଙ୍ଗଲ ପାହାଡରେ ଭରା ମୋ କଳାହାଣ୍ଡି
ଶାନ୍ତି, ମୈତ୍ରୀ, ଭାଇଚାରାରେ ବନ୍ଧା ମୋ କଳାହାଣ୍ଡି
ପ୍ରକୃତିର ଗନ୍ତାଘର ମୋ କଳାହାଣ୍ଡି ।
କଥା କହେ ଏଠି ଗଛଲତା,
କଳକଳ ନିନାଦିତ ନଦୀ ଏଠି କୁଳୁକୁଳୁ ନାଦରେ ନାଚି ଉଠେ,
ଯେଉଁଠି ସଂସ୍କୃତିର ଅଣଚାଷ ପବନ
ବାଜୁଛି କଳାର ଯୋଗଜନ୍ମା ଗାୟନ ।