ଭବାନୀପାଟଣା: ସାହିତ୍ୟ ଭିତ୍ତିକ ୱେବ ଚ୍ୟାନାଲ ସୂର୍ଯ୍ୟକାନ୍ତି ଟିଭିର ଦ୍ୱିତୀୟ ପ୍ରତିଷ୍ଠା ଦିବସ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟକାନ୍ତି ଟିଭିର ମୁଖ୍ୟ ପରିଚାଳକ ଯୁଧିଷ୍ଠିର ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ସତ୍ୟନାରାୟଣ ମୁଣ୍ଡଛିନା ଯୋଗ ଦେଇଥିବାବେଳେ ବିଶିଷ୍ଠ ଅତିଥିଭାବେ ଗାଳ୍ପିକ ପ୍ରକାଶ ନିଶାଙ୍କ, କବି ତଥା ଉପଦେଷ୍ଟା ବିରଞ୍ଚି ନାରାୟଣ ମୁଣ୍ଡ ଓ ଅନ୍ୟତମ ଉପଦେଷ୍ଟା ନାହେଦା ସାହିନ ଯୋଗ ଦେଇଥିଲେ । କଣ୍ଠଶିଳ୍ପୀ ଚିନ୍ମୟୀ ବୈଠାରୁ ସ୍ୱାଗତ ସଙ୍ଗୀତ ଗାନ କରିଥିବାବେଳେ ପରିଚାଳକ ଦକ୍ଷ ସାହୁ ବାର୍ଷିକ ବିବରଣୀ ପାଠନ କରିଥିଲେ । କବି ସଞ୍ଜୀବ କୁମାର ପଣ୍ଡା କାର୍ଯ୍ୟକ୍ରମର ପ୍ରଥମ କବିତାଟି ପାଠ କରିଥିଲେ । ସୂର୍ଯ୍ୟକାନ୍ତି ଟିଭିର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅନ୍ନପୂର୍ଣ୍ଣl ପଣ୍ଡା ନିଜର ଅନୁଭୂତି ଉପସ୍ଥାପନ କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୪୦ରୁ ଉର୍ଦ୍ଧ୍ବ କବି ଏହି ଆଭାସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉପସ୍ଥାପିକା ସୁମତି ମୁଣ୍ଡ ସଭା ପରିଚାଳନା କରିଥିବାବେଳେ ଉପସ୍ଥାପିକା ସାବିତ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥାପିକା କାଜଲ ମହାରଣା, ସ୍ୱାଗତିକା ମିଶ୍ର ଓ ସୌମ୍ୟରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।