ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

● ଯୁବ ବିଜ୍ଞାନୀ ସନ୍ତୋଷ କୁମାର କର ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପର୍ବତରୋହୀ ଯୋଗବ୍ୟାସ ଭୋଇଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ମିଳିତ ସହଯୋଗରେ ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମରେ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୂର୍ବାଦଳ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବରେ ଅନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ମୁଖ୍ୟ ବକ୍ତା ଭାବରେ ନର୍ଲାରୋଡ଼ ଜୟ ଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଏବଂ ସମ୍ମାନିତ ଅତିଥି ଭାବରେ ୱାର୍ଲଡ଼ ଭିଜନ ଇଣ୍ଡିଆର କ୍ଷେତ୍ର କର୍ମଚାରୀ ପ୍ରତିମା ତାଣ୍ଡି , ଶିକ୍ଷାବିତ ଜଗୁଲାଲ ଭୋଇ, ପଞ୍ଚାୟତ ହାଇ ସ୍କୁଲ ସରିଆଁର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇ ପ୍ରମୁଖ ମଞ୍ଚାସୀନ ରହି ମହାମାରୀ କରୋନାର ତୃତୀୟ ଲହର ‘ଓମିକ୍ରନ’ର ଭୟବହତା ବିଷୟରେ ଆଲୋକପାତ କରିବାସହ ଜନ ସଚେତନତା ସୃଷ୍ଟି କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶରତ ଚନ୍ଦ୍ର ଭୋଇ, ପ୍ରମୋଦ ଚନ୍ଦ୍ର ଭୋଇ ମଧ୍ୟ ଉପସ୍ଥିତ ରହି ଯୁବ ସମାଜକୁ ମାର୍ଗ ଦର୍ଶନ ଦେଇଥିଲେ । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ବରିଷ୍ଠ ଶିକ୍ଷକ ଗଙ୍ଗା ନାରାୟଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଉପସ୍ଥିତ ସମସ୍ତଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଥିଲା ।

ପରିଶେଷରେ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଓ ଯୁବ ବିଜ୍ଞାନୀ ପ୍ରକୃତିମିତ୍ର ସନ୍ତୋଷ କୁମାର କରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ, କ୍ଲବର ବରିଷ୍ଠ ସଦସ୍ୟ ସ୍ୱାଧୀନ କୁମାର ଭୋଇ, ପ୍ରତ୍ୟୁଷ କୁମାର ଭୋଇ, ରଶ୍ମି ରଞ୍ଜନ ସା, ଭକ୍ତ ବିଶ୍ୱାଳ, କାଜଲ ଛତର, ସୌମ୍ୟା ସୁସ୍ମିତା ଭୋଇ ତଥା ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.