ଦୂରହେବ ଚାଷୀଙ୍କ ଜଳ କଷ୍ଟ: ରେତନଦୀ ଗର୍ଭରେ ଚେକ ଡ୍ୟାମ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ

କେସିଙ୍ଗା, (ମଧୂସୁଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଜୋଲକୋ-ବୋରିଆ ମଧ୍ୟ ଦେଇ ବୋହିଯାଉଥିବା ରେତନଦୀ ଗର୍ଭରେ ଚେକ ଡ୍ୟାମ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟ କରିବା ପାଇଁ ବାହାର ରାଜ୍ୟର ଜଣେ ଠିକାଦାର କାର୍ଯ୍ୟାଦେଶ ପାଇଥିବା ଜଣାପଡିଛି । ଏହି ପ୍ରକଳ୍ପ ୪୦ କୋଟି ଟଙ୍କାରେ ନିର୍ମିତ ହେବ ବୋଲି ସମ୍ପୃକ୍ତ ଠିକାଦାରଙ୍କ ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ରେତନଦୀ ମଧ୍ୟରେ କାମ ଚାଲୁ ରଖିବା ପାଇଁ ପ୍ରଥମେ ଚେକିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ଏହି କାମ ଜୋରସୋରରେ ଆଗାମୀ ଦିନରେ ଚାଲୁରହିବ । ଏହା ସମ୍ପୂର୍ଣ୍ଣ ହେଲେ ଆଗାମୀ ଦିନରେ ଅଞ୍ଚଳର ଜମି ମାନଙ୍କରେ ଉଭୟ ରବି ଏବଂ ଖରିଫ ଋତୁରେ ଚାଷ ହୋଇପାରିବ ବୋଲି ଚାଷୀମାନେ ଆଶାବାନ୍ଧି ବସିଛନ୍ତି । ଏନେଇ ଅଞ୍ଚଳର ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶଯୋଗ୍ୟ ଯେ, ଚାଷୀଙ୍କ ପାଇଁ ଜଳସେଚନର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଲଇତରା ନାମରେ ଜୋଲକୋ ଗାଁ ରେତନଦୀ କୂଳରେ ଏକ ବୃହତ ଉଠା ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରିଛନ୍ତି । ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋଲକୋ ଖେଳ ପଡ଼ିଆରେ ଏକ ଚାଷୀ ସମାବେଶ କରି ଉକ୍ତ ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଯେଉଁଦିନ ଏହି ପ୍ରକଳ୍ପ ଉଦଘାଟିତ ହେଲା ସେହିଦିନ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଠିକ ଭାବରେ ଚାଲିନଥିଲା । ପରେ ପରେ ଏହି ପ୍ରକଳ୍ପ ବର୍ଷାଦିନେ କିଛି ମାତ୍ରାରେ ଚାଲିଥାଏ ଏବଂ ଅନ୍ୟ ମାସ ଗୁଡ଼ିକରେ ନଦୀରେ ଜଳ ପରିମାଣ କମ ରହୁଥିବାରୁ ଏହି ପ୍ରକଳ୍ପ ବନ୍ଦ ପ୍ରାୟ ରହିଥାଏ । ଏଣୁ ଚାଷ କାମରେ ଚାଷୀମାନେ ଜଳସେଚନ ଲାଗି ପ୍ରତ୍ୟେକ ସମୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଥିପାଇଁ ଲଇତରା ପଞ୍ଚାୟତର ଚାଷୀମାନେ ସମ୍ପୃକ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନଙ୍କ ନିକଟରେ ବାରମ୍ବାର ରେତନଦୀ ଗର୍ଭରେ ଏକ ଚେକଡ୍ୟାମ ନିର୍ମାଣ ପାଇଁ ଦାବିକରି ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ନେଇ ଅର୍ଥ ମଞ୍ଜୁର କରିଥିବା ସୂଚନା ମିଳିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.