କୋରାପୁଟର ଯୁବ ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ ମିଳିଲା ଯୁବ ଆଇକନ୍ ପୁରସ୍କାର

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଭୁବନେଶ୍ୱର ସହୀଦ ନଗର ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜୟ ମାଁ ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୋରାପୁଟର ଯୁବ ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ ଯୁବ ଆଇକନ୍ ପୁରସ୍କାରରେ ସମ୍ମାନିତ କରାଯାଇଅଛି । ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଆଭାସୀ ମାଧ୍ୟମରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଉଦଘାଟନ କରିଥିବା ବେଳେ ଅନୁଷ୍ଠାନର ସମ୍ମାନିତ ଅତିଥି ଭାବେ ଉମା ମିଶ୍ର କାର୍ଯ୍ୟକ୍ରମର ପରିଚାଳନା ଭାର ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୁବ ପ୍ରତିଭା ତଥା ସମାଜସେବା କାର୍ଯ୍ୟରେ ରୂଚି ରଖୁଥିବା ଯୁବ ପ୍ରତିଭାଙ୍କୁ ଚୟନ କରାଯାଇ ସେମାନଙ୍କୁ ଅନୁଷ୍ଠାନ ତରଫରୁ “ଯୁବ ଆଇକନ୍ ଆୱାର୍ଡ -୨୦୨୨” ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଅଛି । ଏହି ଅବସରରେ କୋରାପୁଟ ଭାସ୍କର ଆର୍ଟସ୍ ଏକାଡେମୀର ସଦସ୍ୟ ତଥା ସମାଜସେବୀ ହରିହର ପଟ୍ଟନାୟକ ଉପସ୍ଥିତ ରହି ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ ଏହି “ଯୁବ ଆଇକନ୍ ଆୱାର୍ଡ-୨୦୨୨” ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.