ଡାକକୋଟା ଗ୍ରାମରେ ଗଡ୍ରାମରା ପର୍ବ ଅନୁଷ୍ଠିତ

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ଡାକକୋଟା ଗ୍ରାମରେ ଗଡ୍ରାମରା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବର ପ୍ରାରମ୍ଭରେ ପ୍ରଥମେ ଗୁଡିଚକା କାର୍ଯ୍ଯକ୍ରମ ଗତ ଡିସେମ୍ବର ମାସ ୧୧ ତାରିଖରେ ଆଦିବାସୀ ସମ୍ପ୍ରଦାୟର ଲୋକ ଓ ଅନ୍ଯାନ୍ଯ ସମ୍ପ୍ରଦାୟର ଲୋକଙ୍କ ସହ ବିଭିନ୍ନ ଗ୍ରାମର ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ଗ୍ରାମଦେବୀଙ୍କ ପୀଠ ଯଥା ଗୁଡି ଠାରି ରୀତିନୀତି ଅନୁଯାୟୀ ଶୁଭ ବେଳାରେ ପୂଜାର୍ଚ୍ଚନା ନିଜ କଥିତ ଭାଷାରେ ଉଚ୍ଚାରଣ ସହକାରେ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଠିକ୍ ଏହାର ୩୫ ଦିନ ପରେ ଜାନୁଆରୀ ମାସ ୧୬ ତାରିଖ ରବିବାର ଦିନ ଗ୍ରାମରେ ଆନନ୍ଦ ଉଲ୍ଲାସର ସହକାରେ ଗଡ୍ରାମରା ପର୍ବ ପାଳନ କରାଯାଇଛି । ଏହି ପର୍ବ ହେଲା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କର ବର୍ଷକର ମୁଖ୍ୟ ପର୍ବ ବୋଲି ଧରାଯାଇଛି । ପୂର୍ବ ଦିନ ଗୁଡି ଠାରେ ରାତ୍ରୀ ତମାମ ବିଭିନ୍ନ ଗ୍ରାମରୁ ଦିଶାରୀ ମାନଙ୍କ ସମାଗମ ହୋଇଥିଲା ନିଜନିଜ ଦେବୀ ଲାଠୀ, ଟାଙ୍ଗୀ, ଛୁରୀକୁ ପୂଜାର୍ଚ୍ଚନା କରି ସଜବାଜ ହୋଇ ଡାକକୋଟା ଗ୍ରାମକୁ ପହଞ୍ଚିଥିଲେ । ସେଠାରେ ଆନନ୍ଦ ସହକାରେ ଖାଇପିଇ ମଜାମଜଲିସରେ ରାତି କଟେଇଥିଲେ । ରବିବାର ସକାଳ ସମୟରେ ଗୁଡିରେ ପୂଜାର୍ଚ୍ଚନା ସହକାରେ ବିଧିବିଧାନ ଶେଷ ହେବାପରେ ଗଡ୍ରାମରା ସ୍ଥାନକୁ ବା ଯାତ୍ରା ପଡିଆ ଅଭିମୁଖେ ଗଡ୍ରାକୁ ଧରି ବିଭିନ୍ନ ବାଦ୍ଯଯନ୍ତ୍ର ଓ ନିଶାନ ବାଦ୍ଯର ତାଳେ ତାଳେ ନୃତ୍ୟ କରିବା ସହ ଅନେକ ଲୋକଙ୍କ ମଧ୍ୟରେ ଗଡ୍ରା ପହଞ୍ଚି ଥିଲା ।

Udyog Nursery
Udyogi Nursery

ଯାତ୍ରା ପଡିଆରେ ପହଞ୍ଚିବା ପରେ ଧରଣୀ ଠାରେ ବିଭିନ୍ନ ଗ୍ରାମର ଦିଶାରୀ ମାନେ ଉପସ୍ଥିତ ରହିଥିଲେ ସର୍ବମୋଟ ୬୦ ଗୋଟି ଟାଙ୍ଗୀ ଓ ଛୁରୀ ଉପସ୍ଥିତ ରହିଥିବା ସୂଚନା ମିଳିଥିଲା । ସେମାଙ୍କୁ ଗଡ୍ରାର ମାଂସ ନେବାପାଇଁ ନିୟମ ଅନୁସାରେ ଗୋଟିଏ ପରେ ଗୋଟିଏ ଡକାଇ ଦିଆଯାଇଥିଲା । ଏହି ପର୍ବକୁ ଡାକକୋଟା ଗ୍ରାମବାସୀ ଓ ସ୍ବାମୀ ବିବେକାନନ୍ଦ ଯୁବକ ସଙ୍ଘ ଆୟୋଜନ କରିଥିଲା । ସହଯୋଗ କରିଥିଲେ ପଡୋଶୀ ଗ୍ରାମବାସୀ ଓ ବନ୍ଧୁବାନ୍ଧବ । ସରସ ସୁନ୍ଦର ଶାନ୍ତିପୂର୍ଣ୍ଣ ଭାବରେ ପର୍ବଟି ଶେଷ ହୋଇଥିବା ଜଣାପଡିଛି ।

ଥୁଆମୂଳ ରାମପୁର ବ୍ଳକରୁ ଦୁର୍ଗାକୀର୍ତିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.