ଆସନ୍ତୁ କିଛି ନୂଆ ଶୁଣିବା ପରିବାର ଗଳ୍ପ ଆସର

ବାଲେଶ୍ୱର: ବ୍ୟାସ ଭୂମି ବାଲେଶ୍ୱର ମାଟିର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆସନ୍ତୁ କିଛି ନୂଆ ଶୁଣିବା ପରିବାର ଗଳ୍ପ ଆସର କାର୍ଯ୍ୟକ୍ରମ ଗୁଗଲ ମିଟର ଆଭାସୀ ମଞ୍ଚ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ସମାଜରେ ତଥା ମଣିଷର ଜୀବନଚର୍ଯ୍ୟାରେ ଗଳ୍ପର ଆବଶ୍ୟକତା ବିଷୟରେ ଆଲୋଚନା ନିମିତ୍ତ ସମ୍ପାଦକ ରାଜଗୁରୁ ସିଅଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ଗଳ୍ପ ଆସର । ଇତି ଅବସରରେ ଓଡ଼ିଶାର ସୁପରିଚିତ ଗାଳ୍ପିକ ତଥା ମଞ୍ଚ ଅଭିନେତା ବାଲେଶ୍ୱରରୁ କ୍ଷୀରୋଦ ବିହାରୀ ବିଶ୍ୱାଳ, ଯାଜପୁରରୁ ଆଡ଼ଭୋକେଟ ବନସ୍ମିତା ପଣ୍ଡା, ଭୁବନେଶ୍ୱରରୁ ସମାଜସେବୀ ସୁମିତା ବେହେରା, ଗାଳ୍ପିକା ସ୍ନେହଲତା ଦାସଲେଙ୍କା ଏବଂ ନୟାଗଡ଼ରୁ ଯୁବ ଗାଳ୍ପିକା ସୁଶ୍ରୀ ବିଜୟଲକ୍ଷ୍ମୀ ସାମନ୍ତରାୟ ଯୋଗଦାନ କରିଥିଲେ ଏବଂ ନିଜର ସ୍ବରଚିତ ଗଳ୍ପ ପାଠ କରିଥିଲେ । ଏଥି ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅନେକ ସୁସାହିତ୍ୟିକ/ ସୁସାହିତ୍ୟିକା ଏହି ସଭାରେ ଯୋଗଦାନ କରିଥିଲେ । ନିଜର ସୁମଧୁର କଣ୍ଠରେ କଣ୍ଠଶିଳ୍ପୀ ସୁଶ୍ରୀ ଶିବାନୀ ନାଥ ପ୍ରାରମ୍ଭ ସଂଗୀତ ପରିବେଷଣ କରିଥିଲେ । ପରିବାରର ରାଜ୍ୟ ସଂଯୋଜିକା ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ପରିଶେଷରେ ଯୁବ କବି କାହ୍ନୁ ଚରଣ ଜେନା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.