କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ଓବିସି ମାନକୁ ସ୍ଥାନ ସଂରକ୍ଷଣ ଦିଆଯାଇ ନାହିଁ । ଏହାକୁ ତିବ୍ର ବିରୋଧ କରିଛି ଧର୍ମଗଡ ଉପଖଣ୍ଡ ସ୍ତରୀୟ ଓବିସି ମୋର୍ଚ୍ଚା । ଏନେଇ ଆଜି ଧର୍ମଗଡଠାରେ ଉପଖଣ୍ଡ ସ୍ତରୀୟ ପଛୁଆବର୍ଗ ଆବାହକ ଡମ୍ବରୁଧର ଲହଜଳଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥର ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ଉପେକ୍ଷା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଭର୍ସନା କରିବାସହ ବିଜେଡି ଉପରେ ଜୋର ବର୍ଷିଥିଲେ ପଛୁଆବର୍ଗ ନେତୃ ମଣ୍ଡଳୀ । ଏଥିସହ ଜାତି ଜନଗଣନା ନକରିବା, ଚାକିରୀ ଓ ରାଜନୀତିରେ ସ୍ଥାନ ସଂରକ୍ଷଣ ନକରିବା ଆଦିକୁ ନେଇ ଘୋର ନିନ୍ଦାକରାଯାଇଥିଲା । ଆଗାମୀ ଦିନରେ ବିଜୁ ଜନତା ଦଳ ତରଫରୁ କୌଣସି ଓବିସିଙ୍କୁ ନିର୍ବାଚନରେ ଟିକଟ ଦେଲେ ମଧ୍ୟ ଅସହଯୋଗ କରିବା ପାଇଁ ଆଜିକାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏଥିରେ ପୂର୍ବତନ ସମାଜବାଦୀ ବିଧାୟକ ପ୍ରାର୍ଥୀ ଧନୁ ଗୋପାଳ, ତେଲି ସମାଜ ପ୍ରଚାରକ ଟିକେରାମ ସାହୁ, ସ୍ୱର୍ଣ୍ଣକାର ସମାଜ ଧର୍ମଗଡ ଯୋନ ସଭପତି ଲବରାମ ସରାଫ, ପୂର୍ବତନ ସରପଞ୍ଚ ଗଜେନ୍ଦ୍ର ନାଏକ, ପାଇକ ସମାଜ ଯୁବ ନେତା ଜନ୍ମେଜୟ ନାଏକ, ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ଡାକେଶ୍ୱର ଲହଜଲ, ଧର୍ମଗଡ ଏନଏସି ପଣ୍ଡରାମାଲି ସମାଜ ଯୁବ ସଭାପତି ସୋମ୍ୟ ରଞ୍ଜନ ନାଏକ, ଧର୍ମଗଡ ଯୁବ ଯାଦବ ମହାସଭା ସଭାପତି ଲବଣି ରାଉତ, ରଘୁମଣି ପୁଝାରି, ଆଇନଜୀବୀ ଜହରଲାଲ ବାଗ, ବଗାଡ ଆଞ୍ଚଳିକ ଯାଦବ ସମାଜ ସଭାପତି ଅରକ୍ଷିତ ଭଇଁସାଲ, ସୁଧୀର ଗୋପାଳ, ଅନିରୁଦ୍ଧ ଗୋପାଳ, ଆଦିତ୍ୟ ହଂସ, ଗୌରାଙ୍ଗ ହଂସ, ଖଗେନ୍ଦ୍ର ନାଏକ, ଥବିର ନାଏକ , ବସନ୍ତ ସରାଫ, ଅଜାମ୍ବର ଲହଜଳ, ରତନ ନାଏକ, ବନ କୁମର ନାଏକ, ଭୁଜବଲ ଗୋପାଳ, ଦେବେନ୍ଦ୍ରନାଥ ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।