କଳାହାଣ୍ଡି, (ହେମନ୍ତ ସାହୁ): ସାଇଦଲଙ୍ଗା ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ନନ୍ଦିନୀ ସାହୁ(ମାମି) ଆଜି ନିଜର ଅଳ୍ପ ସଂଖ୍ୟକ ସମର୍ଥକଙ୍କ ଗହଣରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାଯାଇଛି । ସେ ଏହି ଅବସରରେ ସାଇଦଲଙ୍ଗା ଗ୍ରାମ ପଂଚାୟତର ବିକାଶ ଦିଗରେ ଆଉ ପାଦେ ଆଗେଇ ଯିବେ ବୋଲି କହିବା ସହିତ ଏହି ବିକାଶର ସ୍ୱପ୍ନ କୁ ସାକାର କରିବା ଦିଗରେ ଜନସାଧାରଣଙ୍କ ସମର୍ଥନ ତାଙ୍କପ୍ରତି ରହିବ ବୋଲି ସେ କହିଥିଲେ । ତେବେ ସରକାରଙ୍କ ଗାଇଡ଼ଲାଇନ ମୁତାବକ ସେ ଡ଼ିଜିଟାଲ ପ୍ରଚାର ସହିତ ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ ଘର ଘର ବୁଲି ଭୋଟ ଭିକ୍ଷା କରିବା ସହିତ ଭୋଟରଙ୍କ ନିକଟତର ହେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।