ପଣ୍ଡକାମାଲ ସରପଞ୍ଚ ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କଲେ ପ୍ରଭାସିନୀ ସାହୁ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ବ୍ଳକର ପଣ୍ଡକାମାଳ ପଞ୍ଚାୟତରେ ସରପଞ୍ଚ ପ୍ରାଥୀ ଭାବରେ ପ୍ରଭାସିନୀ ସାହୁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ସେ ପଣ୍ଡକାମାଳ ଗ୍ରାମ ପଞ୍ଚାୟତର ସାମଗ୍ରିକ ବିକାଶ ଦିଗରେ ନିଶ୍ଚିତ ଭାବରେ ପଦକ୍ଷେପ ନେବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବାବେଳେ ତାଙ୍କୁ ଆଜି ଗାଁରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ନିଜର ଅଳ୍ପ ସଂଖ୍ୟକ ସମର୍ଥକଙ୍କ ଗହଣରେ ଗ୍ରାମ ପଞ୍ଚାୟତକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାଯାଇଛି । ଏଠାରେ ସୂଚାନ ଥାଉ କି ବର୍ତ୍ତମାନ ସରପଞ୍ଚ ରହିଥିବା କାମଦେବ ସାହୁଙ୍କ ସେ ହେଉଛନ୍ତି ଧର୍ମପତ୍ନୀ । କାମଦେବ ସାହୁ ମଧ୍ୟ ନିଜ ସମୟ ମଧ୍ୟରେ ଗ୍ରାମ ପଞ୍ଚାୟତର ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସଂପାଦନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.