ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କଲେ ମମତା ଶବର

ଲାଞ୍ଜିଗଡ଼: ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଚାଲିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ କିଡିଙ୍ଗ ଗ୍ରାମର ଜଣେ ଛାତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚଳିତ ବର୍ଷ ବହୁ ଯୁବ ଗୋଷ୍ଠୀମାନେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ହେବା ଆଶାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଉତ୍ସାହ ପ୍ରକାଶ କରୁଥିବା ଏକ ସର୍ଭେକ୍ଷଣରୁ ଜଣାଯାଇଛି । ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ମାଁ ହୀରାନିଳା ସ୍ନାତକ ମହାବିଦ୍ୟାଳୟ ଡିଗ୍ରୀ ହାସଲ କରିଥିବା ପୂର୍ବତନ ଛାତ୍ରୀ ମମତା ଶବର, ଯିଏକି ଜଣେ ୨୨ ବର୍ଷର ଉଦିୟମାନ ଛାତ୍ରୀ ଏବେ ରାଜନୀତିରେ ପଦାର୍ପଣ କରିବାକୁ ପାଦଥାପିଛନ୍ତି । ଆଜି ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଆସି ଗ୍ରାମପଞ୍ଚାୟତ ପକ୍ଷରୁ ସେ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦୀତା କରିବାକୁ ବାହାରିଛନ୍ତି । ନିଜ ଗ୍ରାମ ଓ ଅଞ୍ଚଳରେ ବହୁବିଧ ଅଭାବ, ଅସୁବିଧା, ବହୁଳ ସମସ୍ୟାକୁ ଦୃଷ୍ଟିରେ ରଖି ସର୍ବାଙ୍ଗୀନ ଉନ୍ନତି କରିବାକୁ ଅଣ୍ଟାଭିଡି ରାଜନେତ୍ରୀ ଭାବେ ଅବତୀର୍ଣ୍ଣ ହେବାକୁ ବାହାରିଛନ୍ତି । ମମତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ବହୁ ବୃଦ୍ଧିଜୀବୀଙ୍କୁ ଚକିତ କରିଛି । ଏହି ଅଞ୍ଚଳରେ ଆଉ କିଛି ଶିକ୍ଷିତ ବର୍ଗର କମ୍ ବୟସର ବୋହୂ ତଥା ଗୃହିଣୀମାନେ ମଧ୍ୟ ଏହି ନାମାଙ୍କନ ପାଇଁ ମମତା ଭଉଣୀଙ୍କୁ ବିଶେଷ ସହଯୋଗ କରୁଥିବା ଜଣାପଡିଛି । ପ୍ରାର୍ଥୀପତ୍ର ଦାଖଲର ସମୟ ଶେଷ ହେବା ପରେ ଆଗକୁ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମର ବୃତ୍ତାନ୍ତ ଏବଂ ଘମାଘୋଟ ଲଢ଼େଇ ଜୋର ସୋରରେ ତେଜିଉଠିବ ବୋଲି ଜଣାପଡଛି । ସେ କହିଛନ୍ତି ଯେ, ତୃଣମୂଳ ସ୍ତରରେ ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପାଇପାରିବେ ଏବଂ ବିନା କୌଣସି ଦୁର୍ନୀତିରେ ନିଜ ଅଞ୍ଚଳର ପ୍ରକୃତିକ ପରିବେଷରେ ଲୋକେ ବେଶୀ ଲାଭବାନ ହେବେ, ସରକାରୀ ସହାୟତା ଓ ପଞ୍ଚାୟତର ସମସ୍ତ ଗ୍ରାମର ସୁବିଧା ସାଙ୍ଗକୁ ସୈାନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ  OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.