ସାହିପାଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ରୋଶନ ବାନୁ

ନୂଆପଡା: ଚଳିତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ମାସ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ ହୋଇ ଯାଇଛି । ତେବେ ନୂଆପଡା ସଦର ବ୍ଲକ ସାହିପଲା ଗ୍ରାମ ପଂଚାୟତ ର ସର୍ବାଙ୍ଗୀନ ଉର୍ନତି ପାଇଁ ସାହିପଲା ଗାଁର ରୋଶନ ବାନୁ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନୀ ଆୟୋଗର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ ଶ୍ରୀମତୀ ବାନୁ ନିଜର ସ୍ୱାମୀ ବିଲାଲ ଭାଇ ଓ ସମର୍ଥକଙ୍କ ସହିତ ସହିପଲା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ସହିପଲା ଗ୍ରାମ ପଂଚାୟତର ସମସ୍ତ ଜନ ସାଧାରଣ ଙ୍କ ଆଶୀର୍ବାଦ କାମନା କରି ସମସ୍ତ ଲୋକଙ୍କ ସହିତ ଯୋଡି ହୋଇ ଗ୍ରାମ ପଂଚାୟତକୁ ବିକାଶ ପଥରେ ଆଗେଇ ନେବେ ବୋଲି ଶ୍ରୀମତୀ ବାନୁ ମତ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.