ରାକ୍ସି ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ବିଜୟ ଧଙ୍ଗଡାମାଝୀ

କଳାହାଣ୍ଡି: ନର୍ଲା ବ୍ଲକର ରାକ୍ସି ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜୟ ଧଙ୍ଗଡାମାଝୀ । ଦୀର୍ଘଦିନରୁ ରାଜନୀତି ଅଭିଜ୍ଞତା ଥିବା ବିଜୟ ଧଙ୍ଗଡାମାଝୀ ପୂର୍ବତନ ରାକ୍ସି ସରପଞ୍ଚ ହେଇଥିବାବେଳେ ସମାଜର ବିଭିନ୍ନ ବର୍ଗର ମଣିଷଙ୍କ ସହିତ ତାଙ୍କରି ସୁସମ୍ପର୍କ ରହିଛି । ୨୦୧୨ ମସିହାରେ ସେ ରାକ୍ସି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୭ ନିର୍ବାଚନରେ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରମାଁ ଧଙ୍ଗଡାମାଝୀ ରାକ୍ସି ସରପଞ୍ଚ ଭାବେ ନିର୍ବାଚିତ ହୋଇ ୫ବର୍ଷ ମଧ୍ୟରେ ପଞ୍ଚାୟତର ବିକାଶ ଧାରାକୁ ଆଗକୁ ବଢାଇଛନ୍ତି । ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବରେ ଦୀର୍ଘ ୧୦ ବର୍ଷ ଧରି ରାକ୍ସି ଗ୍ରାମପଞ୍ଚାୟତ ସହ ଜଡ଼ିତ ଥିବା ବିଜୟ ଧଙ୍ଗଡାମାଝୀ ପୂର୍ନବାର ଜନତାଙ୍କ ସମର୍ଥନ ପାଇବେ ବୋଲି ଆଶା କରାଯାଉଛି । ପୂର୍ବରୁ ପଞ୍ଚାୟତର ବିକାଶ ପାଇଁ ସେ କରିଯାଇଥିବା କାର୍ଯ୍ୟଧାରାକୁ ନେଇ ରାକ୍ସି ପଞ୍ଚାୟତବାସୀ ତାଙ୍କୁ ଦୃଢ ସମର୍ଥନ କରିବେ ବୋଲି ସେ ଖୁବ ଆଶାବାଦୀ ରହିଥିବା ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.