ଭୋଟ ବର୍ଜନ କରିବା ନେଇ ବିଡିଓଙ୍କୁ ଲିଖିତ ଜଣାଇଲେ ବାର୍ଷୀକୋଣାବାସୀ

କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧିନ ବାର୍ଷୀକୋଣା, ବିରାଗୁଡା, ମୁଣ୍ଡିଚୁଆଁ ଓ ଗମ୍ଭାରିଗୁଡା ଗାଁର ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନେଇଛନ୍ତି ନିଷ୍ପତ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ଏଥି ସହିତ ଏହି ଚାରିଖଣ୍ଡ ଗାଁକୁ ନେଇ ଏକ ଓ୍ବାର୍ଡର ମାନ୍ୟତା ସହ ବାର୍ଷୀକୋଣା ଠାରେ ମତଦାନ କେନ୍ଦ୍ର କରାଯିବା ନେଇ ଦାବୀ ରଖିଛନ୍ତି ।ପିଡିଏସ୍ ଚାଉଳ, କିରୋସିନ ଏବଂ ଅସହାୟଙ୍କ ପାଇଁ ମିଳୁଥିବା ଭତ୍ତା ଭଳି ସରକାରୀ ସହାୟତା ପାଇବାରେ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଥିବା ଘଟଣା ପତ୍ରରେ ଉଲ୍ଲେଖ କରିଛନ୍ତି ।ଏହି ଗ୍ରାମ ଗୁଡିକ ଥୁଆମୂଳ ରାମପୁର ବ୍ଲକର ହୋଇଥିବା ବେଳେ ଗମନାଗମନର ସିଧାସଳଖ ବ୍ୟବସ୍ଥା ହୋଇପାରିନାହିଁ । ପାହାଡ ତଳେ ଥିବା ଏହି ଗ୍ରାମ ସବୁ ଜୁନାଗଡ ବ୍ଲକର ସୀମାନ୍ତରେ ରହିଛି । ନିଜ ଗ୍ରାମ ପଞ୍ଚାୟତ ଅବା ନିଜ ବ୍ଲକ କାର୍ଯ୍ୟାଳୟକୁ କୌଣସି କାର୍ଯ୍ୟ ନେଇ ଯିବାକୁ ହେଲେ ପାହାଡ ଉପରେ ପାହାଡ ଚଢି ବିପଦପୂର୍ଣ୍ଣ ସଂକୀର୍ଣ୍ଣ ପାଦଚଲା ୨୦ କିଲୋମିଟରର ରାସ୍ତା ଉପରେ ନିର୍ଭର କରିବାକୁ ପଡିଥାଏ ।ଅପହଞ୍ଚ ଆମ୍ବୁଲାନ୍ସ ସେବା ଓ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ରୋଗୀସେବା ଓ ଗାଁର ଛୁଆମାନଙ୍କ ପାଇଁ ଆସୁଥିବା ସରକାରୀ ବ୍ୟବସ୍ଥା ପାଇବାରୁ ବଞ୍ଚିତ ହେବାକୁ ପଡୁଥିବା ବିଷୟ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏସବୁ ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିରାଶ ହେବାକୁ ପଡିଛି।ଯାହାକୁ ନେଇ ଗତ ଦୁଇଟି ନିର୍ବାଚନରେ ଭୋଟ ବର୍ଜନ କରିଥିଲେ ଏବଂ ଚଳିତ ୨୦୨୨ ତ୍ରିସ୍ତରୀୟ ନିର୍ବାଚନକୁ ମଧ୍ୟ ବର୍ଜନ କରିବେ ବୋଲି ଥୁଆମୂଳ ରାମପୁର ବିଡିଓଙ୍କୁ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି । ତେବେ ବ୍ଲକ ପ୍ରଶାସନ ଏନେଇ କିଭଳି ପଦକ୍ଷେପ ନେବେ ତାହା ଦେଖିବା ବାକି ରହିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.