ପିଡବ୍ଲ୍ୟୁଡି ରାସ୍ତାରୁ ଉମେଜ ରାସ୍ତାକୁ ନେଇ ବିବାଦ: ପୋଲ ନିର୍ମାଣର ସ୍ଥାନ ପରିବର୍ତ୍ତନ କାହା ସ୍ବାର୍ଥରେ ???

ଲାଞ୍ଜିଗଡ଼: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । ବିଜ୍ଞପ୍ତି ପ୍ରକାଶନ ସହିତ ରାସ୍ତା ଓ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ୨୭୮.୦୭ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଗଲା । ଏପରିକି ଗତ ନଭେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ ମଧ୍ୟ କରାଗଲା । ଶିଳାନ୍ୟାସ ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଗଲା । ତେବେ ଯେଉଁ ଗାଁକୁ ରାସ୍ତା ତଥା ପୋଲ ନିର୍ମାଣ ହେବାର ଥିଲା ସେହି ଗାଁରେ ରାସ୍ତା ଓ ପୋଲ ନିର୍ମାଣ ନହୋଇ ଅନ୍ୟ ଏକ ସ୍ଥାନରେ ରାସ୍ତା ଓ ପୋଲ ନିର୍ମାଣ ହେଉଥିବା ଭଳି ଗୁରୁତର ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ଅର୍ନ୍ତଗତ ପୂର୍ତ୍ତ ବିଭାଗ ରାସ୍ତାରୁ ଉମେଜ ଗାଁକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ଓ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ତେବେ ଉମେଜ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ପୋଲ ନିର୍ମାଣ କରାନଯାଇ ଅନ୍ୟ ଏକ ଗାଁ ତେନ୍ତୁଳିପୁଙ୍ଗାରେ କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହାକୁ ଉମେଜ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହିତ ଆମ ଗାଁ ପାଇଁ ଆସିଥିବା ପୋଲକୁ ଅନ୍ୟ ଏକ ଗାଁରେ କଦାପି କରାଇଦେବୁ ନାହିଁ ବୋଲି ଜିଦ ଧରି ବସିଛନ୍ତି ।

Omkar Vasthu
Omkar Vasthu


ଏନେଇ ଉମେଜ ଗ୍ରାମବାସୀ କଳାହାଣ୍ଡି ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗ ଭବାନୀପାଟଣା ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ଏସପି, ଲାଞ୍ଜିଗଡ ବିଡିଓଙ୍କ ସମେତ ବିଶ୍ୱନାଥପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଯୋଗ୍ୟ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଉମେଜ ଗାଁକୁ ଦୂରତା ୨ କିମି ହୋଇଥିବାବେଳେ ଏଠାରେ ରାସ୍ତା ନିର୍ମାଣ ଓ ପୋଲ ନିର୍ମାଣର ଅତ୍ୟନ୍ତ ଆବଶ୍ୟକତା ରହିଛି । ଉମେଜ ଗାଁର ଚାରିପାଖରେ ରେତନଦୀ ଘେରି ରହିଥିବା ବେଳେ ବର୍ଷା ଦିନେ ଉମେଜ ଗ୍ରାମବାସୀଙ୍କ ଦୁଃଖ ବହୁଗୁଣିତ ହୋଇଯାଏ । ବର୍ଷାଦିନରେ ନଦୀ ଡେଇଁ ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା, ରୋଗୀ ତଥା ଗର୍ଭବତୀ ଓ ପ୍ରସୂତି ମାନେ ନାହିଁନଥିବାର ସମସ୍ୟାର ସମ୍ମୁଖିନ ହୁଅନ୍ତି । ଏପରିକି ଭତ୍ତା, ଚାଉଳ ଆଦି ପଞ୍ଚାୟତ କାର୍ଯ୍ୟାଳୟକୁ ଆଣିଯିବା ପାଇଁ ଅନେକ କଷ୍ଟ ସ୍ୱୀକାର କରୁଥିବା ବେଳେ ବର୍ଷାଋତୁରେ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ରହିଯିବାକୁ ବାଧ୍ୟ ହୁଅନ୍ତି ।

Pearl dental clinic
Near Ashish Medical Store, Bhawanipatna


ଏଣୁ ଗ୍ରାମବାସୀ ସରକାରୀ ବିଜ୍ଞପ୍ତି ଓ ଟେଣ୍ଡର ଅନୁଯାୟୀ ପୂର୍ତ୍ତ ବିଭାଗ ରାସ୍ତାରୁ ଉମେଜ ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦୃଢ଼ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଉମେଜ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ନିର୍ବାଚନ ବର୍ଜନ କରିବାକୁ ଚରମ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ବିଭାଗ ପକ୍ଷରୁ ତେନ୍ତୁଳିପୁଙ୍ଗାରେ ରାସ୍ତା ଓ ପୋଲ ନିର୍ମାଣ ହେବାର ଥିଲା ଭୁଲ କ୍ରମେ ଉମେଜ ଲେଖା ହୋଇଛି ବୋଲି ବେପରୁୱା ଭାବେ ଜବାବ ଦେଇଛନ୍ତି । ଏବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଯଦି ଏଇ ପ୍ରକଳ୍ପ ନାଁରେ ଭୁଲ ଥିଲା ତେବେ ଅନୁମୋଦନ, ବ୍ୟୟ ଅଟକଳ ପ୍ରସ୍ତୁତି ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ସମୟରେ ଏହାକୁ ସୁଧୁରାଯାଇପାରିଥାଆନ୍ତା ତେବେ ତାହାନକରି ଗ୍ରାମ୍ୟ ଉନ୍ନୟନ ବିଭାଗର କରିତକର୍ମା ଅଧିକାରୀ ଓ କର୍ମଚାରୀମାନେ ଏଇ ନାମରେ ଟେଣ୍ଡର ସୁଦ୍ଧା ବାହାର କରିଦେଲେ । ଏବେ ଭୁଲ ହୋଇଯାଇଛି କହିଲେ କିଏ ଦାୟୀ ହେବ । ଏଣୁ ଟେଣ୍ଡର ଅନୁଯାୟୀ, ପ୍ରଥମେ ଉମେଜ ଗାଁରେ ରାସ୍ତା ଓ ପୋଲ ନିର୍ମାଣ କରାଯାଉ ଏବଂ ଆବଶ୍ୟକତା ଦୃଷ୍ଟିରେ ତେନ୍ତୁଳିପୁଙ୍ଗାରେ ମଧ୍ୟ ରାସ୍ତା ଓ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ ବୋଲି ଉମେଜ ଗ୍ରାମବାସୀ ଦାବି କରିଛନ୍ତି ।

Udyog Nursery
Udyogi Nursery

ଉମେଜ ଏବଂ ତେନ୍ତୁଳିପୁଙ୍ଗା ଉଭୟ ଗାଁରେ ରାସ୍ତା ଓ ପୋଲ ନିର୍ମାଣକୁ ପ୍ରାଥମିକତା ଦିଆଯାଉ ବୋଲି ଯୁବ ସମାଜସେବୀ ସୁଶୀଲ କୁମାର ବାଗ ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ଦାବି କରିଥିବାବେଳେ ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କଳାହାଣ୍ଡି ସଭାପତି ଧନଞ୍ଜୟ ଦୀପଙ୍କ ନେତ୍ରୁତ୍ବରେ ଏକ ତିନିଜଣିଆ ପ୍ରତିନିଧି ଦଳ ଉମେଜ ଗସ୍ତ କରିବା ସହିତ ଟେଣ୍ଡର ବିଜ୍ଞପ୍ତି ଅନୁଯାୟୀ ଉମେଜ ଗାଁରେ ରାସ୍ତା ଓ ପୋଲ ନିର୍ମାଣ ଦାବିକୁ ସମର୍ଥନ ଜଣାଇଛନ୍ତି । ସେହିପରି ବିଭାଗ ପକ୍ଷରୁ ତେନ୍ତୁଳିପୁଙ୍ଗାଠାରେ ଅନ୍ୟ ଏକ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.