କେସିଙ୍ଗା, (ମଧୁସୂଦନ ଠାକୁର): ଦେଣ୍ଡୋଗୁଡ଼ା ଉ.ପ୍ରା.ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ଦିଲ୍ଲୀପ ପଣ୍ଡାଙ୍କ ସଭାପତିତ୍ବରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମକରନ୍ଦ ପୋଢ଼ ଗତ ଜାନୁଆରୀ ୩୧ ରିଖ ଦିନ ନିଜ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେହିପରି ଏହି ବିଦ୍ୟାଳୟର ସହ ଶିକ୍ଷକ ପୁଣ୍ଡରିକ୍ଷ ପୋଢ ମଧ୍ୟ ଗତ ସେପ୍ଟେମ୍ବର ୨୦୨୧ ରେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିଥିଲେ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ଦୋରା, ସମ୍ମାନୀତ ଅତିଥି ଭାବେ ସଂଘର ସମ୍ପାଦକ କୁଷଚନ୍ଦ୍ର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିମାଞ୍ଚଳ ବୁଦ୍ଧିଆ, ଶରତ ବାରିକ ଓ ରାଘବ ମାଝୀ ଯୋଗଦେଇ ବିଦାୟୀ ଶିକ୍ଷକ ଦ୍ବୟଙ୍କ କାର୍ଯ୍ୟଧାରା ଉପରେ ଆଲୋକପାତ କରିବାସହ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ମକରନ୍ଦ ପୋଢ ଏବଂ ପୁଣ୍ଡରିକ୍ଷ ପୋଢ ଦେଣ୍ଡୋଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗଦାନ କରି ଏହି ବିଦ୍ୟାଳୟରୁ ହିଁ ଅବସର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରସିକ କୁମାର, ସିଆରସି ଶଙ୍କର ମାଝୀ, ଶିକ୍ଷୟତ୍ରୀ କଳ୍ପନା ଭୋଇ, ଶିକ୍ଷକ ବେଣୁ ମାଝୀ, ପ୍ରଦ୍ୟୁମ୍ନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଦୋରା, ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାବତୀ ଓଝା, ସାବିତ୍ରୀ ଦେଇ, ରଞ୍ଜନ ନାୟକ, ଅମରେଶ ବିଶି, ଟିକେରାମ ମହଲା ଓ ତପସ୍ଵିନୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷକ ପ୍ରମୋଦ ସେନାପତି ମଞ୍ଚ ପରିଚାଳନା କରିଥିଲେ ।