● ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମାଣ୍ଡେଲ ସରପଞ୍ଚ ପ୍ରାର୍ଥୀ ପଦ୍ମଲୋଚନ ଜାଲ
କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ମାଣ୍ଡେଲ ଠାରେ ଦ୍ବିଦିବସିୟ ମୋଜେଶ ଭୋଇ ମେମୋରିଆଲ ସାର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ତ୍ରିନାଥ କମିଟି ମଣ୍ଡେଲ ପୂଜିପଦର ଦ୍ୱାରା ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବିଲାଟ (ଖ) ଓ କେସିଙ୍ଗା ଘାଟପଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଲାଟ (ଖ) ଦଳ ଘାଟପଡାକୁ ପରାଜିତ କରି ଚମ୍ପିଅନ୍ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଣ୍ଡେଲ ସରପଞ୍ଚ ପ୍ରାର୍ଥୀ ପଦ୍ମଲୋଚନ ଜାଲ ଯୋଗଦେଇ ଚମ୍ପିଅନ୍ ବିଲାଟ ଦଳ ଏବଂ ରନର୍ସଅପ୍ ଦଳକୁ ପୁରସ୍କୃତ କରିଥିଲେ । ଏହି ଅବସରରେ ସରପଞ୍ଚ ପ୍ରାର୍ଥୀ ପଦ୍ମଲୋଚନ ଜାଲ ଉପସ୍ଥିତ ଖେଳାଳି ଓ ଯୁବ ସମୁଦାୟକୁ ସମ୍ବୋଧିତ କରି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ମାଣ୍ଡେଲ ଗ୍ରାମ ପଞ୍ଚୟତରେ ଖେଳ ପଡିଆର ସୁବିଧା ନ ଥିବାରୁ ଗ୍ରାମର ଖେଳାଳି ମାନେ ଆଗକୁ ବଢ଼ି ପରୁ ନାହାନ୍ତି, ତେଣୁ ଖେଳାଳି ମାନଙ୍କ ଉନ୍ନତି ପାଇଁ ଆଗାମୀ ଦିନରେ ଯଦି ସେ ସରପଞ୍ଚରେ ବିଜୟ ହାସଲ କରନ୍ତି ତାହେଲେ ଗ୍ରାମରେ ଗୋଟିଏ ଖେଳ ପଡିଆ ର ସୁବିଧା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସରପଞ୍ଚ ପ୍ରାର୍ଥୀ ପଦ୍ମଲୋଚନ ଜାଲ । ଉଦଜାପନୀ ସନ୍ଧ୍ୟାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମଣ୍ଡେଲ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଗାୟତ୍ରୀ ରଣା, ଶିକ୍ଷାବିତ ପଦ୍ମ ଲୋଚନ ଭୋଇ, ସମାଜସେବୀ ମୁକୁନ୍ଦ ମାହାର ଓ ଜରାସନ୍ଧ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । କ୍ରିଡ଼ା ପରିଚାଳନାରେ ସଭାପତି ପ୍ରମୋଦ ସେନାପତିଙ୍କ ସମେତ ପ୍ରମୋଦ ମାହାର, ବୁବୁନ ମାହାର, ଟପିନ ମାଝୀ, ଧବଳ ମାହାର, ରଜତ ମାହାର, ବିପିନ ମାହାର, ଯୁଧିଷ୍ଟିର, ରାଜେଶ ଭୋଇ, ସଜେଶ ଭୋଇ, ରଞ୍ଜନ ଜାଲ, ରିନୁ ଜାଲ, ସୌରଭ ଜାଲ, ଜିତୁ ମାଝୀ, ପ୍ରେମ୍ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।