କଂଗ୍ରେସ ପ୍ରାର୍ଥୀଙ୍କ ଗାଁରେ ବିଜେପି ପ୍ରାର୍ଥୀନୀ ରିନା ଭୋଇଙ୍କ ରଣହୁଙ୍କାର

● ରୋଚକ ମୋଡରେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ଲଢେଇ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ନର୍ଲା ଜୋନ୍-୨ ରେ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଭାବେ ଲଢେଇକୁ ଓହ୍ଲାଇଥିବା ସୁଶ୍ରୀ ରିନା ଭୋଇ ମାରାଥନ୍ ପ୍ରଚାର କରୁଛନ୍ତି । ସେ ପର୍ଯ୍ୟାୟକ୍ରମେ ଏହି ଜୋନ୍ ଅନ୍ତର୍ଗତ ୧୦ଟି ପଞ୍ଚାୟତର ଗାଁ କୁ ଗାଁ ଯାଇ ଭୋଟ୍ ଭିକ୍ଷା କରୁଥିବା ଦେଖାଯାଇଛି । ଶନିବାର ଦିନ ସେ ଶାନ୍ତପୁର, ଘଣ୍ଟମାଲ, ଗାଡେବନ୍ଦ ପଞ୍ଚାୟତର ଅନେକ ଗାଁ ଭ୍ରମଣ କରିଥିବାବେଳେ ଶଙ୍କରମାଲ ଗାଁରେ ପହଞ୍ଚିଥିଲେ । ଏହି ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଲଢେଇ କରୁଥିବା ରୋଶନ ମାଝୀଙ୍କ ଜନ୍ମମାଟି ହେଉଛି ଶଙ୍କରମାଲ । ଏହି ଗାଁରେ ବିଜେପି ପ୍ରାର୍ଥୀନୀ ସୁଶ୍ରୀ ରିନା ଭୋଇଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀମାନେ ତାଙ୍କୁ ପାଛୋଟି ନେଇ ବନ୍ଦାପନା କରିଥିବା ଦେଖିବାକୁ ମିଳିଥିଲା । ରିନା ଭୋଇଙ୍କ ପାଇଁ ପ୍ରଚାର କରୁଥିବା ପୂର୍ବତନ ନର୍ଲା ବିଧାୟକ କୁମରମଣି ଶବର ଏବଂ କଳାହାଣ୍ଡି ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ହିରୋ ମହଲାଙ୍କ ସମେତ ଉପସ୍ଥିତଥିବା ବିଜେପି ନେତୃବୃନ୍ଦଙ୍କୁ ମଧ୍ୟ ଶାନ୍ତପୁର, ଗାଡେବନ୍ଦ ଓ ଘଣ୍ଟମାଲ ପଞ୍ଚାୟତର ଅନେକ ଜନସାଧାରଣ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହ ସମ୍ମାନ ପ୍ରଦର୍ଶନ କରୁଥିବା ଦେଖାଯାଇଛି । ପୂର୍ବତନ ନର୍ଲା ବିଧାୟକ କୁମରମଣି ଶବର ଜଣେ ଭେଟେରାନ୍ କଂଗ୍ରେସ ଲିଡର ଭାବେ କଳାହାଣ୍ଡିରେ ଜଣାଶୁଣା ଥିଲେ । ଦୀର୍ଘ ଚାରି ଦଶନ୍ଧି ଧରି ସେ କଂଗ୍ରେସ ପାଇଁ କାର୍ଯ୍ୟ କରି ଆସୁଥିଲେ, ତେବେ ଗତ କିଛି ଦିନ ତଳେ ସେ ହାତ ଛାଡି ପଦ୍ମ ଧରି ବିଜେପି ପ୍ରାର୍ଥୀନୀ ମାନଙ୍କ ପାଇଁ ପ୍ରଚାର କରୁଛନ୍ତି । ଶ୍ରୀଯୁକ୍ତ ଶବର ବିଜେପିରେ ଦେଖାଯିବାପରେ ଚିନ୍ତିତ ହୋଇ ପଡିଛି କଂଗ୍ରେସ । ଏପଟେ ବିଜେଡି ମଧ୍ୟ ପ୍ରମାଦ ଗଣିବା ଆରମ୍ଭ କରିଦେଇଛି । ଏମିତି ସ୍ଥିତିରେ ଜୋନ୍-୨ ଲଢେଇ ରୋଚକ ମୋଡରେ ପହଞ୍ଚିଛି । ରିନା ଭୋଇଙ୍କ ଲୋକପ୍ରିୟତା ଦିନକୁ ଦିନ ବଢୁଥିବା ବେଳେ ବିଜେପି କର୍ମୀମାନେ ଅଧିକ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶିତା ଏବଂ ସୁଶାସନ ଯୋଗୁଁ ଆଜି ଦେଶର ସମସ୍ତ ଜନସାଧାରଣ ସୁଖ ଶାନ୍ତିରେ ଜୀବନଯାପନ କରୁଥିବା ବେଳେ ଅର୍ଥନୈତିକ ପ୍ରଗତି ହୋଇପାରିଛି, ତେଣୁ ଦ୍ବିତୀୟ ଥର ପାଇଁ ରିନା ଭୋଇଙ୍କୁ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ହାତ ମୁଠା ଟାଣ କରିବାକୁ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି ବିଜେପି ନେତୃବୃନ୍ଦ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.