ଜୟଦୁର୍ଗା ହାଇସ୍କୁଲଠାରେ ଡାରଉଇନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ ଠାରେ ଆଜି ଡାରଉଇନ ଦିବସ ପାଳିତ ହୋଇଯାଇଛି । ହାଇସ୍କୁଲର ବିଜ୍ଞାନ ଶିକ୍ଷକ, ଯୁବ ବିଜ୍ଞାନୀ, ପ୍ରକୃତି ମିତ୍ର ସନ୍ତୋଷ କୁମାର କରଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅତିଥି ବୃନ୍ଦ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପଠାଣି ସାମନ୍ତ ବିଜ୍ଞାନ କ୍ଲବ ଜୟଦୂର୍ଗା ହାଇସ୍କୁଲ ନର୍ଲାରୋଡ଼ ଆନୁକୂଲ୍ୟରେ ଡାରଉଇନ ଦିବସ ପାଳିତ ହୋଇଥିଲା । ପ୍ରଥମେ ଡାରଉଇନଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା ଓ ତା’ପରେ ଚାର୍ଲସ ଡାରଉଇନ ଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ୧୮୦୯ ମସିହା ଫେବୃୟାରୀ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ଡାରଉଇନ ତାଙ୍କ ପୁସ୍ତକ “ଓରିଜିନ ଅଫ ସ୍ପେସିସ” ରେ ଜୀବର ବିବର୍ତନ ଉପରେ ବର୍ଣ୍ଣନା କରିଛନ୍ତି । ତାଙ୍କ ସିଦ୍ଧାନ୍ତ ଅନୁସାରେ ଜୀବନ-ସଂଘର୍ଷରେ ଯୋଗ୍ୟତାର ସବୁବେଳେ ବିଜୟ ହୋଇଥାଏ ଏବଂ ଅଯୋଗ୍ୟର ପରାଜୟ ହୋଇଥାଏ ।ପ୍ରକୃତି ସବୁବେଳେ ନିଜ ପାଇଁ ଅନୁକୂଳ ଜୀବ ବାଛିଥାଏ । ଏହାକୁ ‘ପ୍ରାକୃତିକ ଚୟନ’ କୁହାଯାଏ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ଭୋଇ ଓ ଚକ୍ରଧର ସା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା ଉପରେ ମାର୍ଗଦର୍ଶନ କରି ଜଣେ ଜଣେ ଭଲ ନାଗରିକ ହେବ ପାଇଁ ଉପଦେଶ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ମନରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ପାଇଁ “ଆଶ୍ଚର୍ଯ୍ୟ ପଛରେ ଥିବା ବିଜ୍ଞାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.