ରାୟଗଡ,୧୦/୩ : ଓଡିଶା ଅଣ – ଗେଜେଟେଡ୍ ବନ ସେବା ସଂଘ,ରାୟଗଡା ଜିଲ୍ଳା ଶାଖାର ୧୨ତମ ଦ୍ୱିବାର୍ଷିକ ସାଧାରଣ ଅଧିବେସନ ସ୍ଥାନୀୟ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ ଏମ. ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାୟଗଡ ବନଖଣ୍ଡ ଅଧିକାରୀ(ଡିଏଫଓ) ଦେବାର୍ଚ୍ଚନ ବେହେରା, ବନତତ୍ୱବିତ୍ ବିକ୍ରମ କେଶରୀ ନାୟକ, ସଂଘର ରାଜ୍ୟ ସଭାପତି ଗୈାରୀ ଶଙ୍କର ସାହୁ, ସାଧାରଣ ସଂପାଦକ ସମୀର କୁମାର ବେହେରା, ଉପସଭାପତି ଭବାନୀ ଶଙ୍କର ପରିଚ୍ଛା, ମୁଖ୍ୟ ବକ୍ତା ଭାବେ ସଂଘର ଅଧ୍ୟକ୍ଷ ଜଗବନ୍ଧୁ ପାତ୍ର, ଆଜୀବନ ସଦସ୍ୟ ଜାନକୀ ବଲ୍ଳଭ ପଟ୍ଟନାୟକ, ଦୁର୍ଯୋଧନ ପାତ୍ର, ପ୍ରତାପ କୁମାର ଭୂୟାଁ, ସୁବାଷ ଚନ୍ଦ୍ର ବିଡିକା, ଲକ୍ଷ୍ମୀନାରାୟଣ ନେପାକ ପ୍ରମୁଖ ମଂଚାସୀନ ହୋଇଥିଲେ ।
ଏହି ଅଧିବେସନରେ ରାୟଗଡା ଶାଖା ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ପ୍ରଦ୍ୟୁମ୍ନ କୁମାର ବେହେରା ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଂଘର ସଭ୍ୟସଭ୍ୟାମାନେ ନିଜର ଦାବି ଉପସ୍ଥାପନା କରିବା ଯେତିକି ଉଚିତ ମନେ କରିନ୍ତି ତାହାଠାରୁ ଅଧିକ କର୍ତବ୍ୟ ପରାୟଣ ହୋଇ ଜଙ୍ଗଲ ସୁରକ୍ଷା, ପରିବେଶ ସୁରକ୍ଷା, ଜଙ୍ଗଲ ଅଭିବୃଦ୍ଧି, ବୃକ୍ଷରୋପଣ ସହ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲରେ ନିଆଁ ଲିଭାଇବା କାର୍ଯ୍ୟ ଇତ୍ୟାଦି ସଂପାଦନା କରୁଥିଲେ ସୁଦ୍ଧା ସେମାନଙ୍କ ଦାବିକୁ ଅଣଦେଖା କରାଯାଉଛି ବୋଲି କହିଥିବା ବେଳେ ସଂଘର ସଫଳତା ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ ।
ସେହିପରି ସପ୍ତମ ବେତନ କମିଶନ ପ୍ରଦତ ନୂତନ ଦରମା ଗ୍ରେଡ ପେ କାର୍ଯ୍ୟକାରୀ କରିବା, ସେକ୍ସନ ବୃଦ୍ଧି କରିବା, ବେସରକାରୀ କର୍ମଚାରୀଙ୍କୁ ନିଆଁକୁ ଆୟତ ପାଇଁ ଫରେଷ୍ଟ ଆପ ମାଧ୍ୟମରେ ଚାପ ପ୍ରୟୋଗ ବନ୍ଦ କରିବା, ପ୍ରତି ସେକ୍ସନକୁ ଚାରିଚକିଆ ଯାନ, ବିଟ ଅଧୀନରେ ୪ଜଣ ଫାୟର ୱାଚର, ଉନ୍ନତ ଜ୍ଞାମ କୌଶଳର ଉନ୍ନତି ମୋବାଇଲ ଓ ତାଲିମ ପ୍ରଦାନ କରିବା, ରାୟଗଡ ବନଖଣ୍ଡର କେତେକ ବନାଂଚଳରେ ସାମୟିକ ଭାବେ ହାତୀ ଚଳପ୍ରଚଳ ରହିଛି ତେଣୁ କ୍ଷେତ୍ର କର୍ମଚାରୀଙ୍କୁ ସ୍ୱତନ୍ତ୍ର ତାଲିମ ଦେବା, ଏଲିଫେଂଟ ଟ୍ରାକର ପ୍ରକୃଷ୍ଟ ସ୍ଥାନରେ ଗ୍ୟାମ ଟ୍ୟାଙ୍କ ନିର୍ମାଣ କରିବା, ହାତୀ ଗତିପଥ ନିରୀକ୍ଷଣ କରିବା ପାଇଁ ଅତ୍ୟାଧୁନିିକ ଓ ବୈଷ୍ୟୟିକ ବ୍ୟବସ୍ଥା କରିବା, ହାତୀ ବିଶେଷଞର ସହାୟତା ନେବା ଏବଂ ଯାନବାହନର ବ୍ୟବସ୍ଥା କରିବା, ଖାଦ୍ୟ ଓ ମୋଟର ସାଇକେଲ ଭତା ବୃଦ୍ଧି କରିବା, ଯଥାଶୀଘ୍ର ୫୦ଟି ସ୍ପେସିଆଲ ଷ୍ଟାଇକିଂ ଫୋର୍ସ (ଏସଏସଏଫ)ଗଠନ କରିବା,ଏସଓପି ନିୟମକୁ ଉଦ୍ଧିଷ୍ଟ ଭାବେ ଉଲ୍ଳେଖ କରିବା, ରାୟଗଡ ଜଗନ୍ନାଥ ମନ୍ଦିର ପାଖରେ ଥିବା ବାସଗୃହକୁ ସଂଘ କାର୍ଯ୍ୟାଳୟ ନିମେନ୍ତ ପ୍ରଦାନ କରିବା,ୟୁନିଫର୍ମ ପରଚେଜ୍ କମିଟିରେ ଅଧିକା ୨ଜଣ ପ୍ରତିନିଧିଙ୍କୁ ସଂଶ୍ଳିଷ୍ଟ କରାଇବା,ଫରେଷ୍ଟ ରିକ୍ୟୁରିଟ୍ମେଂଟ ରୁଲ ୨୦୧୯ର ଧାରା ୧୪(ଖ) ଓ ଧାରା ୧୯(ଖ)କୁ କୋହଳ କରିବା ଓ କ୍ଷେତ୍ର କର୍ମଚାରୀଙ୍କୁ ଅସାମାଜିକ ଲୋକଙ୍କ ଦ୍ୱାରା ଆକ୍ରୋଶର ଶୀକାର ଭଳି ଘଟଣା ସମୟରେ ପୋଲିସ ସହଯୋଗ କରିବା ୧୨ଦଫା ଦାବି ଉପସ୍ଥାପନା କରାଯାଇଥିଲା । ଏଥିସହ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସଂଘ ନିର୍ବାଚନରେ ନୂତନ କମିଟି ଗଠନ କରାଯାଇଥିବା ବେଳେ ଏଥିରେ ସଭାପତି ଭାବେ ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ଉପସଭାପତି ଭାବେ ଇ.ସୋମେଶ୍ୱର ରାଓ, ସଂପାଦକ ଭାବେ ଶିବ ଶଙ୍କର ମହାପାତ୍ର, ଯୁଗ୍ମ ସଂପାଦକ ଭାବେ ଗୈାରୀ ପୂଜାରି, ସହାୟକ ସଂପାଦକ ଭାବେ ଆର.ବିଜୟ ଶେଖର ଓ କୋଷାଧ୍ୟକ୍ଷ ଭାବେ ପ୍ରଦ୍ୟୁମ୍ନ କୁମାର ବେହେରା ନିର୍ବାଚିତ ହୋଇଛନ୍ତି । ସମସ୍ତ ନୂତନ ନିର୍ବାଚିତ କମିଟି ସଦସ୍ୟଙ୍କୁ ରାଜ୍ୟ ଓ ଜିଲ୍ଳା ସଂଘ ପକ୍ଷରୁ କୃତଞତା ଜଣାଯାଇଛି ।