କୋରାପୁଟର ବିଭିନ୍ନ ସ୍ଥାନରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ : କୋରାପୁଟର କୋଟପାଡ ଫିଟନେସ୍ ଗ୍ରୁପ୍ ତରଫରୁ ପାର୍କ ପରିସରରେ ଅମର ଶହୀଦ ବୀର ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ପାଳନ କରାଯିବା ସହିତ ଫିଟନେସ୍ ଗ୍ରୁପ୍ ର ସଭାପତି ତଥା ନବ ନିର୍ବାଚିତ ନଗରପାଳ ଏମ୍ ଶଙ୍କର ରାଓଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏତତ୍ ବ୍ୟତୀତ କୋରାପୁଟ ବାଳିକା ଉଚ୍ଚ ବିଦ୍ୟାଳୟ, କୋଟପାଡ଼ ମହାବିଦ୍ୟାଳୟ ପରିସରରେ ମଧ୍ୟ ବୀର ସହୀଦ ଲକ୍ଷ୍ମଣ ନାୟକଙ୍କ ପାଳିତ ହୋଇଯାଇଅଛି ।

Omkar Vasthu
Omkar Vasthu


ଏହି ଅବସରରେ କୋଟପାଡ ପାର୍କ ଠାରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ନଗରପାଳ ଏମ୍. ଶଙ୍କର ରାଓ, କୋଟପାଡ଼ ମହାବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ରଞ୍ଜନ ମହୁରିଆ, କୋଟପାଡ଼ ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଓକିଲ ସୁଧିର କୁମାର ମହାନ୍ତି, ମୁଖ୍ୟ ବକ୍ତା ରଞ୍ଜନ ମହୁରିଆ, କୋଟପାଡ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ମୁଖ୍ୟ ଅତିଥି ଓ ବକ୍ତାଭାବେ ରଞ୍ଜନ ମହୁରିଆ ଯୋଗ ଦେଇଥିବା ବେଳେ କୋଟପାଡ ଗୋପବନ୍ଧୁ ପାଠାଗାର ଠାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇ ବୀର ସହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.