ନିଖିଳ ଓଡିଶା ପାଚିକା ଓ ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନିଖିଳ ଓଡ଼ିଶା ଏମଡିଏମ ପାଚିକା, ସହାୟିକା ସଂଘ ନୂଆପଡା ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ନୂଆପଡା ଜିଲ୍ଲା ସଭାନେତ୍ରୀ ଧନମତି ଖର୍ସେଲ ଓ ସମ୍ପାଦିକା ଅନୁପମା ବାଗ ଙ୍କ ନେତୃତ୍ୱରେ ସ୍ଥାନୀୟ ସମସ୍ତ ଏମଡ଼ିଏମ ପାଚିକା, ସହାୟିକା ଏକତ୍ରିତ ହୋଇ ନାରାବାଜି ଦେଇ ସିନାପାଲି ନଗର ପରିକ୍ରମା କରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବିଭିନ୍ନ ଦାବିପୂରଣ ସକାଶେ ସ୍ଲୋଗାନ ଦେଇଥିଲେ । କାର୍ଯ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅନୁପସ୍ଥିତି ଯୋଗୁଁ ମୁଖ୍ୟ କିରାଣୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରେ ପାଚିକା, ସହାୟିକା ନିଯୁକ୍ତ କରାଯାଇଛି । ସେମାନେ ଦୀର୍ଘଦିନରୁ ନିୟମିତ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ହେଲେ ସେମାନଙ୍କୁ ସର୍ବନିମ୍ନ ମଜୁରୀରୁ ବଞ୍ଚିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ । ଯଦ୍ୱାରା ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ନଅ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଦାବିପତ୍ରରେ ମାସିକ ଭତ୍ତା ୨୬ ହଜାର ଓ ସାମାଜିକ ସୁରକ୍ଷା, ୨୮ ମାସର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ, ୧୦ ମାସ ପରିବର୍ତ୍ତେ ୧୨ ମାସର ପାଉଣା ପ୍ରଦାନ, ବାର୍ଷିକ ଦୁଇ ଯୋଡ଼ା ପୋଷାକ ପ୍ରଦାନ, ଅବସର କାଳୀନ ଅର୍ଥ ପ୍ରଦାନ, ପାଚିକା ମାନଙ୍କୁ ଛଟେଇ ନ କରି ଅନ୍ୟତ୍ର ସ୍ଥାନାନ୍ତର ଓ ନିଯୁକ୍ତି ସୁଯୋଗ ପ୍ରଦାନ, ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅନୁପାତରେ ପାଚିକା ସହାୟିକା ନିଯୁକ୍ତି, ବାର୍ଷିକ ପନ୍ଦର ଦିନର ଛୁଟି ଓ ପ୍ରସୂତି କାଳୀନ ଛୁଟି ମଞ୍ଜୁରୀ ବ୍ୟବସ୍ଥା, ପାଚିକା ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା ଦେବା ସହ ସର୍ବନିମ୍ନ ମଜୁରୀ ପ୍ରଦାନ ପ୍ରଭୃତି ଦାବି ଉଲ୍ଲେଖ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.