ବାଟବଣା ସରକାରୀ ଯୋଜନା: ଦିବ୍ୟାଙ୍ଗ ପୁଅ ଓ ବିଧବା ମା’ ଭତ୍ତା ପାଇବାରୁ ବଞ୍ଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଜନସାଧାରଣଙ୍କୁ ସାମିଜିକ ସୁରକ୍ଷା ଯୋଗାଇ ଦେବାପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନହିତକର ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ମାଳ ମାଳ ସରକାରୀ ଯୋଜନା ସତ୍ତ୍ୱେ ଆଜି ମଧ୍ୟ ସମାଜର ଅନେକ ଲୋକ ଅବହେଳିତ ଜୀବନ ନିର୍ବାହ କରୁଛନ୍ତି । ଏମିତି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁର୍ଲି ଗ୍ରାମରୁ । ଏହି ଗ୍ରାମର ବିଧବା ମହିଳା ଯଶୋବନ୍ତି ପ୍ରଧାନ(୬୨) ଓ ତାଙ୍କର ୨୬ ବର୍ଷିୟ ଦିବ୍ୟାଙ୍ଗ ପୁଅ ସମିର ପ୍ରଧାନଙ୍କୁ ଭତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଆଧାରରେ ଯଶୋବନ୍ତିଙ୍କ ସ୍ୱାମୀ ଦୁତିବାହନ ପ୍ରଧାନ ତିନିବର୍ଷ ତଳୁ ମୃତ୍ୟୁବରଣ କରିଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଯଶୋବନ୍ତି ଓ ତାଙ୍କ ଦିବ୍ୟାଙ୍ଗ ପୁଅ ଅତି କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ ଆୟର କୈାଣସି ମାଧ୍ୟମ ନଥିବାବେଳେ ଆହାସାହା ହେବାକୁ ମଧ୍ୟ ପାଖରେ କେହି ନାହାନ୍ତି । ଭତ୍ତା ପାଇଁ ଦିବ୍ୟାଙ୍ଗ ପୁଅକୁ ଧରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଇଁ ଧାଇଁ ଥକି ଗଲେଣି ଏହି ଅସହାୟ ମହିଳା । କିନ୍ତୁ କୈାଣସି ସୁଫଳ ମିଳିପାରିନାହିଁ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ମା’ ପୁଅଙ୍କୁ ତୁରନ୍ତ ଭତ୍ତା ଯୋଗାଇ ଦେବାକୁ ଯୁବ ସମାଜସେବୀ ମହିପାଳ ପୋଡ଼ ଓ ଗ୍ରାମବାସୀ ଦାବି କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.