ହାତୀବନ୍ଧା ହାଇସ୍କୁଲରେ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ହାତୀବନ୍ଧା ହାଇସ୍କୁଲ ଠାରେ ସୋମବାର ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ଜୟନ୍ତୀ ବେହେରା ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ । ଏ ଅବସରରେ ବିଦ୍ଯାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମେହେରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଶ୍ରୀମତୀ ବେହେରାଙ୍କ ସହ ସମ୍ମାନିତ ଅତିଥି ଭାବରେ ସମିତିସଭ୍ଯ ସଞ୍ଜୟ ସିଂ ମାଝୀ, ଯୁବ ସମାଜସେବୀ ଗରୁଡ଼ଧ୍ୱଜ ବେହେରା, ଶିକ୍ଷକ ବୈଷ୍ଣବ ମେହେର ପ୍ରମୁଖ ମଂଚାସିନ ଥିଲେ । ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟିତ୍ରୀ ହିମାଦ୍ରୀ ମେହେରେ ଅତିଥି ପରିଚୟ ଦେବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।


ମାନବ ସଭ୍ଯତାର କଲ୍ଯାଣ ପାଇଁ ବିଜ୍ଞାନର ସୃଷ୍ଟି, ତେଣୁ ବିଜ୍ଞାନର ସଦୁପଯୋଗ ନିମନ୍ତେ ସମସ୍ତେ ସଚେତନ ହେଲେ ଏହା ବିଶ୍ୱ ପାଇଁ ଶୁଭଙ୍କର ହେବ ବୋଲି, ଏ ଅବସରରେ ଅତିଥି ମାନେ ମତ ବ୍ଯକ୍ତ କରିଥିଲେ । କାର୍ଯ୍ଯକ୍ରମରେ ମୋଟ ୪୦ ଗୋଟି ପ୍ରକଳ୍ପର ପ୍ରଦର୍ଶନ କରାଯାଇଥିବା ବେଳେ ସେଥି ମଧ୍ଯରୁ ଦୁଇଟି ପ୍ରକଳ୍ପ, ଛାତ୍ର କ୍ଷୀରମୋହନ ଛତ୍ରୀଆଙ୍କ “ଶୀତଳ ଭଣ୍ତାର” ଓ ପିୟୁଷ ମେହେରଙ୍କ “ଘରୋଇ ଜଳର ସଦୁପଯୋଗ” ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ପ୍ରଦର୍ଶନ ନିମନ୍ତେ ଯୋଗ୍ଯ ବିବେଚିତ ହୋଇଛି । ଆଜିର ବିଜ୍ଞାନ ମେଳା କାର୍ଯ୍ଯକ୍ରମରେ ଶିକ୍ଷକ ସୁବାସ ଚଂଦ୍ର ମେହେର ଓ ଚଂଦ୍ରମଣି ମେହେର ବିଚାରକ ରହିଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ବରିଷ୍ଠ ଶିକ୍ଷକ ଭରତ ଚଂଦ୍ର କାଣ୍ତ, ପ୍ରିତିଶ ପ୍ରଧାନ, ଜୟନ୍ତ ରାଉତ, ରମେଶ ଚଂଦ୍ର ମେହେର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ହିମାଦ୍ରୀ ମେହେର ଧନ୍ଯବାଦ ଦେଇଥିଲେ । ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ସମେତ ପୂର୍ବତନ ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.