ରିଷିଡା ଜେ.କେ. ଜୁନିଅର କଲେଜରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟ୍ୟମିକ ନିର୍ଦେଶାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଅଷ୍ଟଦିବସିୟ ଛାତ୍ରୀ ଆତ୍ମ -ସୁରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଜୁନିଅର କଲେଜ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ସ୍ଥାନୀୟ ତହସିଲଦାର ବାସନ୍ତୀ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରୀ ମାନେ ଆତ୍ମବିଶ୍ୱାସ ବୃଦ୍ଧି ପୂର୍ବକ ନିଜର ସୁରକ୍ଷା ସହ ସମାଜର ସର୍ବାଙ୍ଗୀନ ବିକାଶ ଦିଗରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ । ତାଲିମ ଶିବିର ସଂଯୋଜକ ଅଧ୍ୟାପକ ହେମନ୍ତ ଚୌଧୁରୀ ସ୍ୱାଗତ ଭାଷଣ ଦେବା ସହ ପ୍ରଶିକ୍ଷଣ ଶିବିରର ବିବରଣୀ ଉପସ୍ଥାପନ କରିଥିଲେ ଓ ଅଧ୍ୟାପକ ଗିରିରାଜ ଗହିର ଧନ୍ୟବାଦ ଦେଇଥିଲେେ । ପ୍ରାଧ୍ୟାପକ ଦିଲୀପ ଦାସ, ଅଧ୍ୟାପକ ନୀଳାମ୍ବର ପାତ୍ର ଓ଼ ମୁଖ୍ୟ ପ୍ରଶିକ୍ଷିକା ଜୟନ୍ତୀ ଭୋଇ ପ୍ରମୁଖ ମଂଚାସୀନ ଥିଲେ । ଛାତ୍ରୀମାନେ ଶିବିରର ଅନୁଭୂତି ବର୍ଣନା ସହ ବିଭିନ୍ନ ଆତ୍ମ -ସୁରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପ୍ରଶିକ୍ଷିକାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଗ୍ରନ୍ଥପାଳ ଚିନ୍ମୟ ରଣା, ପି.ଇ.ଟି. ଲଳିତ ଦାସ, ଡି.ଇ.ଓ. ସୌମ୍ୟରଞ୍ଜନ ତ୍ରିପାଠୀ, କିରାଣୀ ଚନ୍ଦନ ରଣା, କର୍ମଚାରୀ ଜଗଦୀଶ ଭୋଇ, ନାରାୟଣ ଗହିର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ ଓ କଳ୍ପନା ରଣା ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.