ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ଓ ସ୍ବଚ୍ଛତା ପଖଓ୍ବାଡା -୨୦୨୨ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ରର ଶିଶୁ ସ୍ୱାସ୍ଥ୍ୟ ବିଭାଗରେ ଡା. ସୁବାଷ ଚନ୍ଦ୍ର ବେହେରା (ଅଧିକ୍ଷକ)ଙ୍କ ସଭାପତିତ୍ବରେ ଆୟୋଜିତ ବିଶ୍ବ ସ୍ୱାସ୍ଥ୍ୟ ଦିବସ ତଥା ସ୍ବଚ୍ଛତା ପକ୍ଷ – ୨୦୨୨ ଅବସରରେ କେସିଙ୍ଗା ଏନଏସି ର ନୂତନ ଅଧ୍ୟକ୍ଷ ନୃପରାଜ ଯାଦବଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଡା. ବେହେରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ସ୍ବଚ୍ଛତା ବିଷୟରେ ଦିଶଦ ଭାବେ ଆଲୋକପାତ କରିଥିଲେ । ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ଵାରା ଉକ୍ତ ଗୋଷ୍ଠୀ କେନ୍ଦ୍ରରୁ ଏକ ଶୋଭାଯାତ୍ରା ବାହାରି ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଓ ସ୍ବଚ୍ଛତା ପକ୍ଷ ଉପରେ ବିଭିନ୍ନ ଶ୍ଳୋଗାନ ଦେଇ ସହର ପରିକ୍ରମା କରି ଲୋକଙ୍କୁ ସଚେତନତା କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ସ୍ବଚ୍ଛତା ପକ୍ଷ ୧ ଏପ୍ରିଲ ଠାରୁ ଆରମ୍ଭ ହୋଇ ୧୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିିବ ।