ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟର ଦାମନଯୋଡି ଠାରେ ଥିବା ନାଲକୋ ପ୍ରକଳ୍ପ ପାଇଁ ଜମି ହରାଇଥିବା ପରିବାର ପୁଣିଥରେ ଧାରଣା ଦେଇଛନ୍ତି । ପ୍ରତିଶ୍ରୁତି ଦେଇ କମ୍ପାନୀ ତାହା ପୂରଣ କରିନଥିବା ଅଭିଯୋଗ ହୋଇଛି । ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ କଲୋନୀ ବାସିନ୍ଦା ଓ ଆଖପାଖର ୧୩ଟି ଗ୍ରାମର ଲୋକେ ବିସ୍ଥାପିତ ହୋଇଥିଲେ । ୬୦୦ ବିସ୍ଥାପିତ ପରିବାରଙ୍କ ଦ୍ଵାରା ଚାଲିଥିବା ଆନ୍ଦୋଳନର ୧ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ଯୋଗୁଁ ଆଜି ବିସ୍ଥାପିତ ପରିବାରବର୍ଗ ନାଲକୋ ରିଫାଇନାରୀ ଓ ନାଲକୋ ଖଣି ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହା ଫଳରେ ଖଣି ଖନନ ଏବଂ ରିଫାଇନେରୀରେ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି ।