ଓଡିଆ ବାର୍ତ୍ତା/ କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଆଜି ୯ ଅପ୍ରେଲ ଛାତ୍ର କଂଗ୍ରେସର ପ୍ରତିଷ୍ଠା ଦିବସ । ୧୯୭୧ ମସିହାରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ପ୍ରୀୟଦର୍ଶିନୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ତେତୃତ୍ୱରେ ଓଡିଶା ଓ କେରଳ ପ୍ରଦେଶରେ ମିଳିତ ଭାବରେ ଛାତ୍ର କଂଗ୍ରେସ୍ ଗଠିତ ହୋଇଥିଲା । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲାରେ ନର୍ଲା ବ୍ଲକ୍ ଛାତ୍ର କଂଗ୍ରେସ୍ ସଭାପତି ଭକ୍ତ ଦୁର୍ଗାଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି ଛାତ୍ର କଂଗ୍ରେସର ୫୨ ତମ ପ୍ରତିଷ୍ଠା ଦିବସ୍ । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ କୁମାର ପ୍ରଧାନୀ ଯୋଗଦାନ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ, ଦୀପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଛାତ୍ର କଂଗ୍ରେସ ଉପ ସଭାପତି ଦେବାଶିଷ କୁମାର, ଗଣେଶ୍ୱର ଛତ୍ରୀଆ, ନର୍ଲା ନିର୍ବାଚନ ମଣ୍ଡଳୀ ଛାତ୍ର କଂଗେସ ସଭାପତି ପ୍ରିୟରଞ୍ଜନ ବିଶି, ନର୍ଲା ବ୍ଲକ ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର ପ୍ରମୁଖ ଯୋଗଦାନ କରି ନର୍ଲାରେ ଛାତ୍ର କଂଗ୍ରେସର ସାଂଗଠନିକ ସ୍ଥିତି ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ମାର୍ଗଦର୍ଶନ ଦେବାସହ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କରି ତାଙ୍କର ପଦାଙ୍କ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଛାତ୍ର କଂଗ୍ରେସର ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ମୁକେଶ ବିଭାର, ରୋହିତ ମହାନନ୍ଦ, ଆଇଟି ସେଲ ମିଡିଆ ସଂଯୋଜକ ଆଶିଷ ବୈଶାଲଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନର୍ଲା ବ୍ଲକ୍ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)