ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ସଂଜୀବ କୁମାରଙ୍କ କଳାହାଣ୍ଡି  ଗସ୍ତ

କ୍ଷେତ୍ର ପରିଦର୍ଶନ ସହ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ଅଧିକାରୀ ସଞ୍ଜୀବ କୁମାର କଳାହାଣ୍ଡି ଜିଲ୍ଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହ ଆକାଂକ୍ଷୀର ସମୀକ୍ଷା ବୈଠକର ଅଧକ୍ଷତା କରିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅପରାହ୍ନ୍ନ ୨ ଘଣ୍ଟା ସମୟରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ୍, ଏଡିଏମ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ପିଡିଡିଆରଡିଏ ସୋମେଶ ଉପାଧ୍ୟାୟ, ଉପ ଜିଲ୍ଲାପାଳ ଭବାନୀପାଟଣା ଡ. ବିଶ୍ୱଜିତ୍ ଦାସ, ଉପ ଜିଲ୍ଲାପାଳ ଧର୍ମଗଡ ପାୱାର ସଚିନ ପ୍ରକାଶଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ କେନ୍ଦ୍ର ପ୍ରଭାରୀ ସଂଜୀବ କୁମାର କଳାହାଣ୍ଡି ଜିଲ୍ଲାର କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ସ୍କୁଲ ଉନ୍ନତିକରଣ, ଭିତ୍ତିଭୂମି ବିକାଶ,କ୍ଷୁଦ୍ର ଜଳସେଚନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହିତ ଅନେକ କେନ୍ଦ୍ରୀୟ ଯୋଜନାରେ କଳାହାଣ୍ଡି ଜିଲ୍ଲାର ଅଗ୍ରଗତି, ସର୍ବ ଭାରତୀୟ ସ୍ତରରେ ରେଙ୍କିଂ ହାସଲ କରିଥିବା ମାପଦଣ୍ଡକୁ ସମୀକ୍ଷା କରିଥିଲେ। ବୈଠକରେ ସଂଜୀବ କୁମାର ଜିଲ୍ଲାର ଧାନ ଓ କପା ଉତ୍ପାଦନରେ ଉଚ୍ଚ ଲକ୍ଷ୍ୟ ହାସଲ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ, ଜଳ ସେଚନ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶରେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ କେନ୍ଦ୍ର ପ୍ରଭାରୀ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟକାରିତା, ସ୍ବାସ୍ଥ୍ୟ କେନ୍ଦ୍ର, ଗର୍ଭବତୀ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ, ଶିଶୁ ଟୀକାକରଣ, ମହିଳା ସାକ୍ଷରତା, ବିଦ୍ୟାଳଗୁଡିକରେ ଶୌଚାଳୟ, ବିଦ୍ୟୁତିକରଣ, ପାଠ୍ୟ ପୁସ୍ତକ ଯୋଗାଣ, ଛାତ୍ର ପ୍ରତି ଶିକ୍ଷକ ଅନୁପାତ, ବ୍ୟାଙ୍କ୍ କୃଷିଋଣ, ଦକ୍ଷତା ବିକାଶ ତାଲିମ, ଲୋକଙ୍କୁ ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ଜିଲ୍ଲାର ସ୍ଥିତିକୁ ଅନୁଧ୍ୟାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ଯୋଗ୍ୟ ଯେ ସମଗ୍ର ଭାରତ ବର୍ଷରେ ୧୧୨ ଟି ପଛୁଆ ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି ଏବଂ ଓଡ଼ିଶାର ୧୦ ଟି ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା ଅନ୍ୟତମ। ସମୀକ୍ଷା ବୈଠକ ପୂର୍ବରୁ ନୀତି ଆୟୋଗ ପ୍ରଭାରୀ କ୍ଷେତ୍ର ପରିଦର୍ଶନରେ ବୋର୍ଡା ସ୍ବାସ୍ଥ୍ୟ କେନ୍ଦ୍ର, ବୋର୍ ଭଟା ସ୍ଥିତ ନିର୍ମାଣାଧୀନ ହାଇସ୍କୁଲ ରୁପାନ୍ତିକରଣ କାର୍ଯ, କାମଠନାରେ ସ୍ବାସ୍ଥ୍ୟ ମେଳା ଓ ୱେଲନେସ କେନ୍ଦ୍ର, ମାଣିକେଶ୍ଵରୀ ହାଇସ୍କୁଲ ରୁପାନ୍ତିକରଣ, କଲେଜ ଛକ ସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର, କେସିଙ୍ଗା ରୋଡ଼ ସ୍ଥିତ ସରକାରୀ ପଲିଟେକନିକ୍ ସ୍କୁଲ୍ ଗସ୍ତ କରିଥିଲେ ।

Udyog Nursery
Udyogi Nursery

କେସିଙ୍ଗା ଅଞ୍ଚଳ ଗସ୍ତ କରି ବୁଲି ଦେଖିଲେ

ସେହିପରି କେନ୍ଦ୍ର ନୀତି ଆୟୋଗ ପ୍ରଭାରୀ ସଞ୍ଜୀବ କୁମାରଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିନରେ କେସିଙ୍ଗା ବ୍ଲକ ଓ ଏନ୍ଏସି ଅଞ୍ଚଳ ବୁଲିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସକାଳେ ଉତ୍କେଲା ଏୟାର ଷ୍ଟ୍ରିପକୁ ପହଞ୍ଚି ବୁଲି ଦେଖିବା ପରେ ଉତ୍କେଲା ହସ୍ପିଟାଲ କୁ ଯାଇଥିଲେ । ପରେ ବୋରିଆ ମାଝୀ ପଡ଼ା ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇଥିଲେ । ସେହିପରି କେସିଙ୍ଗା ଏନ୍ଏସି ପକ୍ଷରୁ ଓ୍ବାର୍ଡ ନମ୍ବର ୮ ର ବୋରିଙ୍ଗପଦର ଠାରେ ହୋଇଥିବା ଆଦର୍ଶ କଲୋନୀ ଅଞ୍ଚଳ କୁ ଯାଇ ବୁଲି ଦେଖିଥିଲେ ଓ ଆଦର୍ଶ କଲୋନୀକୁ ଦେଖି କେନ୍ଦ୍ର ନୀତି ଆୟୋଗ ପ୍ରଭାରୀ ଖୁସି ବ୍ୟକ୍ତ କରିଥିଲେ । ପରେ ୫ଟି ଯୋଜନାରେ ରୁପାନ୍ତରୀଣ ହୋଇଥିବା କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଅମାଠ ସ୍ଥିତ ଫିସ୍ ଫାରମିଙ୍ଗକୁ ଯାଇ ବୁଲି ଦେଖିଥିଲେ । କେନ୍ଦ୍ର ନୀତି ଆୟୋଗ ପ୍ରଭାରୀ ସଞ୍ଜୀବ କୁମାରଙ୍କ ସହିତ କଳାହାଣ୍ଡି ଜିଲ୍ଲାପାଳ ଡ଼ଃ ଗାଭାଲି ପରାଗ ହର୍ଷଦ, ପିଡି ଡିଆରଡିଏ ସୋମେଶ ଉପାଧ୍ୟାୟ, କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ, ଏନ୍ ଏ ସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.