କବିତା: ଉତ୍କଳ ଗୌରବ

✍🏾ତ୍ରିନାଥ ପଟ୍ଟନାୟକ

ଉତ୍କଳ ଗୌରବ ହେ ମଧୁସୂଦନ
ଓଡ଼ିଆ ଜାତିର ମାନ
କୋଟି ଓଡ଼ିଆର ହେ ମଉଡମଣୀ
ଓଡ଼ିଆଙ୍କ ସ୍ୱାଭିମାନ ।।

Omkar Vasthu
Omkar Vasthu

ହେ ଦିଗଦର୍ଶକ ଜାତି କର୍ଣ୍ଣ ଧାର
ଉତ୍କଳର ଶ୍ରେଷ୍ଠ ବିନ୍ଧାଣୀ
ଯୁଗେ ଯୁଗେ ତଵ ତ୍ୟାଗ ଭକ୍ତି
ରହୁ ଅମର ତୁମକୁ ସ୍ମରଣି ।।

Pearl dental clinic
Near Ashish Medical Store, Bhawanipatna

ରଖିବାକୁ ଏ ଜାତି ଗୌରବ
ବିପ୍ଲବେ ଦେଲ ଆହ୍ୱାନ
ହେ ଜାତି ପ୍ରାଣଧନ ଉତ୍କଳ ଛବି
ହେ ସୁଯୋଗ୍ୟ ସନ୍ତାନ ।।

Udyog Nursery
Udyogi Nursery

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନେ
ଗଢିଲ ବହୁ ସମ୍ମିଳନୀ
ନିଜ ପ୍ରାଣ ଜାତି ଦିଗେ ଉତ୍ସର୍ଗେ
ଦେଖାଇଲ ତୁମ ମେଲାଣି ।।

ହେ ବରପୁତ୍ର ପରମ ପୁରୁଷ
ଘେନ ଆମ ଏ ଶ୍ରଦ୍ଧାଞ୍ଜଳି
ପୁନଃ ଆଗମନ ହୁଅ ଧରା ବକ୍ଷେ
ଓଡ଼ିଆଙ୍କ ଆଜି ଏ ଅଳି ।।

ଅଧ୍ୟାପକ ତଥା କବି
ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା- କୋରାପୁଟ
ମୋ:9438362172

OdiaBarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.