କବିତା: କଳାବତୀ

✍🏾ପବିତ୍ର ବେହେରା

କଜଲ ପୂରିତ ନୟନ ଯୁଗଳ
ଷୋଳହାତୀ ଶାଢ଼ୀ ବିସ୍ତୃତ କୁଞ୍ଚ
ନଦୀ ଠୁ ଅଳସୀ ଷୋଳବୟସୀ
କରିନ୍ଦ୍ର ଗତି ଡାଲିମ୍ବ ଦନ୍ତୀ ।

ସଂକୀର୍ଣ୍ଣ ଉଦରୀ ରୂପ ମୋହିନୀ
ଷୋଡ଼ବୟସୀ ପ୍ରେମ ମଦାଳସୀ ।
ରକ୍ତଜବା ଦରଫୁଟା ଓଠେ
କୁଞ୍ଚିତ କେଶ ଶୋଭା ବଡାଏ ।

କୁରଙ୍ଗନାଭି ତନୁ ରସନାଙ୍ଗୀ
ସ୍ଵଳ୍ପ ମେଦ ଭରା ଗହମୀ ଯୌବନୀ ।
ନବ ପୁଷ୍କଟିତ ଗୋରା ଦେହେ
ଲୁଚକାଳି ଖେଲେ ରବି,ଚନ୍ଦ୍ର ଦୁହେଁ ।

କଳାବତୀ ଖଞ୍ଜନାଖୀ ଗୁରୁନିତମ୍ବନୀ
ଘନକେଶୀ ଊରୁଶୋଭୀ ଚମ୍ପକବରନୀ ‌
ଟେକସ୍ତନା ଠଣମୁଖୀ ଡାଲିମ୍ବଦଶନା
ଫୁଲକୋମଳା ବିବିଧବିଳାସମଣ୍ଡନା ।

କଳାବତୀ ଗୋ କଳାପଣତରେ ଢାଙ୍କିଦେଇ
ତମବକ୍ଷ ଦେହ ମିଳନର ପିପାସାରେ
। କଳାବତୀ ଗୋ ତୁମ ଅନୁଢା ଶେଫାଳୀ
ନରମ ଗାଲରେ ଭରି ଦିଅ ଶୀତଳ ଚୁମ୍ବନ ।

ଓଠ ମିଶା ନିଶା ମଧୁର ଫଗୁଣେ, କବରୀ କଳା ଅନ୍ଧାରେ
ଦେହ ଦହନ ର ଚିତ୍ର କି ସରିବ,ରାତି ଶେଷ ଅଭିସାରେ।
କ୍ଳାନ୍ତ ହୋଇଛି ଗୋଧୂଳି ର ଧୂଆଁ, ମନରେ ଭରୁଛି ଆଶା
ତମେ ଫେରିବାର ମଧୂର ସ୍ଵପ୍ନ, ଏ ମନର ପରିଭାଷା ।

ତୁମ ମୁଖଃ ଚନ୍ଦ୍ରର ଉଜ୍ଵଲ୍ୟ, ତୁମ ବାସ ପଦ୍ମ ର ସୁବାଷ,
ଦର୍ପଣ ର ସ୍ଵଛତା, ସୋରିଷ ଫୁଲର କୋମଳତା ,
ରାଜ ହଂସ ର ରମଣୀୟ ଗତି, ମୃଗୁଣୀ ର ନୟନ ଝଟା,।

ବାହାଲପୁର, ଗଞ୍ଜାମ
ଦୂରଭାଷା:୭୭୮୮୮୮୬୬୦୨

OdiaBarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.