ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜଳ ସେବା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟର ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଜଳ ସେବା ଜାରି ରହିଛି । ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ, ଏପଟେ ଏହି ଜଳ ସେବାର ତୃତୀୟ ଦିନ । ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ଯୁକ୍ତ ୨ ପରୀକ୍ଷାର୍ଥୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ କ୍ବାସ ପାଣି ବଣ୍ଟନ କରାଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ହୋଇଥିବା ଏହି ଜଳ ସେବା କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ରାଜ୍ୟ ଯୁବ ବିଜେଡି ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ଛାତ୍ର ନେତା ଲାଲବାହାଦୂର ନାଏକ, ଭୋଳାଶଙ୍କର ପାତ୍ର, ଯୋଗେଶ ରଣା, ମନୋରଞ୍ଜନ ମୁଣ୍ଡ ପ୍ରମୁଖ ଯୋଗଦେଇ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶହଶହ ପରୀକ୍ଷାର୍ଥୀ ଏବଂ ବାଟୋଇ ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ କ୍ବାସ ପାଣି ବଣ୍ଟନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.